ଆସନ୍ତା ଦୁଇ ଦିନରେ ମଧ୍ୟରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ !
ଭୁବନେଶ୍ୱର: ଆଉ ଦୁଇ ଦିନ ଭିତରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଥିପାଇଁ ପାଗ ଅନୁକୂଳ ରହିଛି । ମୌସୁମୀ ଖୁବଶୀଘ୍ର କେରଳ ଛୁଇଁବା ନେଇ ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ ।

ଗତକାଲି ମୌସୁମୀ ବାୟୁ ଦକ୍ଷିଣ ଆରବ ସାଗରର କିଛି ଅଞ୍ଚଳ, ମାଲଦ୍ୱୀପ-କୋମାରିନ୍ର କିଛି ଅଂଶ, ଦକ୍ଷିଣ ତଥା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅନେକ ଅଞ୍ଚଳକୁ ଅଗ୍ରସର ହୋଇଛି ।
ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଏବଂ କାଳବୈଶାଖୀ ବର୍ଷା ଓ ଝଡ଼ତୋଫାନ ଜାରି ରହିଛି। ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ଗ୍ରୀଷ୍ମପ୍ରବାହ ଅଧିକ ରହୁଛି। ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।












Click it and Unblock the Notifications