ଏଥର ଦୁର୍ବଳ ମୌସୁମୀ, ଅଗଷ୍ଟ-ସେପ୍ଟେମ୍ବରରେ କମ ବର୍ଷା

Monsoon 2023 News in Odia: ଭାରତୀୟ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ୨୦୨୩ ବର୍ଷର ମୌସୁମୀ ପାଇଁ ପୂର୍ବାନୁମାନ ଜାରି କରିଛି । ଏହି ପାଣିପାଗ ସଂସ୍ଥା କହିବା ଅନୁଯାଇ, ଚଳିତ ବର୍ଷ ମୌସୁମୀ ଜନିତ ବର୍ଷା ପରିମାଣ କମିବ । ସ୍ୱାଭାବିକଠାରୁ କମ ବର୍ଷା ହେବ।

ସ୍କାଏମେଟ୍ କହିବା ଅନୁଯାୟୀ, ଜୁନରୁ ସେପ୍ଟେମ୍ବର, ୪ ମାସରେ ହେଉଥିବା ହାରାହାରି ୮୬୮.୮ ମିଲିମିଟର ବୃଷ୍ଟିପାତ ତୁଳନାରେ ଏବର୍ଷ ୮୧୬.୫ ମିଲିମିଟର ଅର୍ଥାତ୍ ୯୪% (ଏରର ମାର୍ଜିନ୍ +/-୫%) ସମ୍ଭାବନା ରହିଛି । ଚଳିତ ବର୍ଷ ଏଲନିନୋ ଉପୁଜିବାର ସମ୍ଭାବନା ଥିବାରୁ ବର୍ଷାର ପରିମାଣ ହ୍ରାସ ପାଇବ। ସାଧାରଣତଃ ଏଲନିନୋ ସୃଷ୍ଟି ହେଲେ ଏହା ମୌସୁମୀକୁ ପ୍ରଭାବିତ କରିଥାଏ । ଫଳରେ ଏସିଆର ଜଳବାୟୁ ଉଷ୍ମ ରହିଥାଏ ।

Monsoon 2023

ସ୍କାଏମେଟର ପରିଚାଳନା ନିର୍ଦ୍ଦେଶକ ଜତିନ୍ ସିଂହ ଏକ ବିବୃତ୍ତିରେ କହିଛନ୍ତି ଯେ, ସାଧାରଣତଃ ଏହି ଏଲନିନୋ ମୌସୁମୀକୁ ଦୁର୍ବଳ କରି ଦେଇଥାଏ। ଫଳରେ ମୌସୁମୀ ଆଗମନରେ ଅନିୟମିତତା ସୃଷ୍ଟି ହୋଇ ବୃଷ୍ଟିପାତ କମ ହୋଇଥାଏ । ତେଣୁ ଚଳିତ ବର୍ଷ ୯୪ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି ।

ସ୍କାଏମେଟର ପୂର୍ବାନୁମାନରେ ଆହୁରି ମଧ୍ୟ କୁହାଯାଇଛି ଯେ ମୌସୁମୀ ଋତୁର ପ୍ରଥମ ଦୁଇ ମାସ (ଜୁନ-ଜୁଲାଇ)ରେ ନିଅଣ୍ଟ ପରିମାଣ ସାମାନ୍ୟ ରହିବ । କିନ୍ତୁ ଶେଷ ଦୁଇମାସ ଅର୍ଥାତ ଅଗଷ୍ଟ-ସେପ୍ଟେମ୍ବରରେ ନିଅଣ୍ଟ ପରିମାଣ ବଢିବ । ଦେଶର ଅନ୍ୟ ଅଂଚଳ ଅପେକ୍ଷା ଉତ୍ତର ଓ ମଧ୍ୟ ଭାରତରେ ବର୍ଷା ନିଅଣ୍ଟ ପରିମାଣ ଅଧିକ ରହିବ ।

ସାଧାରଣତଃ ମୌସୁମୀ ଜୁନ୍ ମାସରୁ ଆରମ୍ଭ ହେଉଥିବା ବେଳେ ଗତ ୫୦ ବର୍ଷରେ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ପର୍ଯ୍ୟନ୍ତ ବର୍ଷା ହେବାର ରେକର୍ଡ଼ ରହିଛି । ବାର୍ଷିକ ମୌସୁମୀ ଆଗମନ ସମ୍ପର୍କିତ ସବିଶେଷ ଆକଳନ ଖୁବଶୀଘ୍ର ଭାରତୀୟ ପାଣିପାଗ ବିଗଭାଗ ପକ୍ଷରୁ ପ୍ରକାଶ ପାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+