ଆଗାମୀ ୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ ବାୟୁ !
ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଛି ।
କେରଳ ଉପକୂଳରେ ମେଘ ସମୁହର ଘନତ୍ୱ ବୃଦ୍ଧି ପାଉଛି। ପଶ୍ଚିମ ବାୟୁର ସକ୍ରିୟତା ତଥା ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପ୍ତି ଏହା ସୂଚାଉଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ପୁର୍ବରୁ, ଜୁନ୍ ୪ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ ବୋଲି କୁହାଯାଉଥିଲା । ମୌସୁମୀ ସବଳ ହେଲେ ୪ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା ଥିଲା । ଯେହେତୁ ଏପର୍ଯ୍ୟନ୍ତ ମୌସୁମୀ କେରଳ ଛୁଇଁ ନାହିଁ, ତେଣୁ ମୌସୁମୀ କେବେ ଓଡିଶା ଛୁଇଁବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋ ଇନାହିଁ ।
ଦେଶରେ ଚାଷୀ ଭାଇମାନେ ବିଶେଷ ଭାବେ ମୌସୁମୀ ଉପରେ ନିର୍ଭର କରି ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ତେଣୁ ମୌସୁମୀ ପହଂଚିବା ପରେ ଯାଇ ଚାଷୀ ଭାଇମାନେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଥାନ୍ତି। ପାଣିପାଗ ବିଭାଗର ପୂର୍ବନାନୁମାନ ମୁତାବକ ଯଦି ମୌସୁମୀ ଆସିବା ଡେରି ହୁଏ ତେବେ ଚାଷକାର୍ଯ୍ୟ ମଧ୍ୟ ବିଳମ୍ବ ହେବାର ସମ୍ଭାବନା ରହିଥିବା ସୂଚନା ରହିଛି।
ସେପଟେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ସମ୍ବଲପୁରରେ ୪୧ ଡ଼ିଗ୍ରୀ, ଝାରସୁଗୁଡାରେ ୪୦.୬ ଡ଼ିଗ୍ରୀ , ହୀରାକୁଦରେ ୩୯.8 , ଭୁବନେଶ୍ୱରରେ ୩୯ ଡ଼ିଗ୍ରୀ, ବାଲେଶ୍ୱରରେ ୩୮.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬.୮ ଡ଼ିଗ୍ରୀ, ଗୋପାଳପୁରରେ ୩୬.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୬.୪ ଡ଼ିଗ୍ରୀ , ପୁରୀରେ ୩୫.୮ ଡ଼ିଗ୍ରୀ , ଓ ପାରାଦୀପରେ ୩୪.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।












Click it and Unblock the Notifications