ଚାଷୀ ଭାଇଙ୍କ ପାଇଁ ଖୁସି ଖବର, କେରଳ ଛୁଇଁଲା ମୌସୁମୀ ବାୟୁ
ଭୁବନେଶ୍ୱର: କେରଳ ଛୁଇଁଲା ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରାବର କେରଳ ଛୁଇଁଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଏହା ଓଡ଼ିଶାକୁ ପ୍ରବେଶ କରିବାରେ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।
ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ରେ କେରଳ ଛୁଉଁଥିବା ଏବର୍ଷ ସାମାନ୍ୟ ବିଳମ୍ବ ହୋଇଛି । ଫଳରେ ପ୍ରାୟ ୧ ସପ୍ତାହ ବିଳମ୍ବରେ ତଥା ଜୁନ୍ ୮ରେ ମୌସୁମୀ କେରଳ ଛୁଇଁଛି । ସେ କହିଛନ୍ତି, ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି। ଆସନ୍ତା ୨ ଦିନ ମଧ୍ୟରେ ବଙ୍ଗୋପସାଗର, ଆରବ ସାଗରରେ ଅଧିକ ଅଞ୍ଚଳର ଆହୁରି ବ୍ୟାପକ ଅଞ୍ଚଳକୁ ବ୍ୟାପିବା ପରେ ମୌସୁମୀ ବାୟୁ ସମଗ୍ର କେରଳ ଓ ତାମିଲନାଡୁ ସମେତ ସମ୍ପୂର୍ଣ୍ଣ ଦକ୍ଷିଣ ଭାରତରେ ବିସ୍ତାରିତ ହେବ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତରପୂର୍ବ ଭାରତରେ ମଧ୍ୟ ପ୍ରବେଶ କରିବ ଏବଂ ପରେ ପରେ କେନ୍ଦ୍ରୀୟ ଭାରତ ଆଡ଼କୁ ଅଗ୍ରସର ହେବ ।

ଓଡ଼ିଶାରେ ସାଧାରଣତଃ ୧୨ ତାରିଖ ପାଖାପାଖି ମୌସୁମୀ ବାୟୁ ପ୍ରବେଶ କରିଥାଏ। ଏଥର ମୌସୁମୀ ବାୟୁର କେରଳ ଆଗମନରେ ପ୍ରାୟ ଏକ ସପ୍ତାହ ବିଳମ୍ବ ଘଟିଛି । ଏବେ ମୌସୁମୀ ଓଡ଼ିଶା ଆସିବା ବିଷୟରେ ପୂର୍ବାନୁମାନ କରାଯାଇ ନାହିଁ । କିନ୍ତୁ, ଏଥର ବିଳମ୍ବରେ ଓଡ଼ିଶାକୁ ମୌସୁମୀ ବାୟୁ ଆସିବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି ।
ତେବେ ମୌସୁମୀ ଓଡି଼ଶା ଛୁଇଁଲେ ଚାଷୀମାନେ ଅଖିମୁଠି ଅନୁକୂଳ କରି ବର୍ଷାକୁ ଅପେକ୍ଷା କରି ରହିଛନ୍ତି । ପ୍ରାକ୍ ମୌସୁମୀ ବର୍ଷା ହେଲେ ଧାନବୁଣା ଆରମ୍ଭ ହେବ । ଏ ପର୍ଯ୍ୟନ୍ତ ପ୍ରାକ୍ ମୌସୁମୀ ବର୍ଷା ହୋଇ ନ ଥିବାରୁ ବିହନ ଅନୁକୂଳ ହୋଇ ନାହିଁ । ତେବେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ମୌସୁମୀ ବର୍ଷା ପରିମାଣ ୯୬% ହେବା ନେଇ ପୂର୍ବାନୁମାନ କରିଥିଲେ IMD ଡିଜି ।
ସୂଚନାଯୋଗ୍ୟ ଗତବର୍ଷ ମେ' ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା । ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା'ର ଉପସ୍ଥିତି ଜାହିର କରିଥିଲା ।












Click it and Unblock the Notifications