ଆଣ୍ଡାମାନ ଛୁଇଁଲା ମୌସୁମୀ, ଓଡିଶାକୁ ଆସିବ କେବେ ?

ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ବର: ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଚଳିତ ବର୍ଷ ସ୍ୱାଭାବିକ ସମୟ ପୂର୍ବରୁ କେରଳ ଉପକୂଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି।

Monsoon

ଆସନ୍ତା ୨୭ତାରିଖ ସୁଦ୍ଧା କେରଳରେ ମୌସୁମୀ ସକ୍ରିୟ ହୋଇଯିବ। ଯଦି ସବୁ ଠିକ୍‌ଠାକ୍‌ ରୁହେ ଜୁନ୍‌ ୬ କିମ୍ବା ୭ରେ ଓଡ଼ିଶା ମୌସୁମୀର ପ୍ରଥମ ସ୍ପର୍ଶ ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କିଛିଦିନ ପୂର୍ବରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅସାନି ବାତ୍ୟା ଯୋଗୁ ମୌସୁମୀ ବାୟୁ ଆସିବା ଲାଗି ପାଗ ଅନୁକୂଳ ଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି।

Monsoon

ଅନ୍ୟପଟେ ଗତ ଦୁଇ ଦିନ ହେଲା ପୁଣି ଥରେ ପଶ୍ଚିମ ଓଡ଼ିଶାକୁ ତାତି ଫେରିଛି । ରାଜ୍ୟରେ ଗତାକିଲା ୧୧ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ୪୩ ଡିଗ୍ରି ଉପରକୁ ରହିଛି ପଶ୍ଚିମ ଓଡ଼ିଶାର ୩ ସହର ତାପମାତ୍ରା। ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୩ ଡିଗ୍ରି ରେକର୍ଡ ହୋଇଥିବା ବେଳେ ରବିବାର ଦିନ ବଲାଙ୍ଗୀର ଓ ସୁନ୍ଦରଗଡ଼ର ଦିନ ତାପମାତ୍ରା ୪୩ ଡିଗ୍ରି ରହିଥିଲା। ତେଣୁ ମୌସୁମୀର ଶୀଘ୍ର ଆଗମନ ପାଇଁ ତାତିରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+