କେରଳ ଛୁଇଁବ ମୌସୁମୀ, ଓଡ଼ିଶାକୁ ଆସିବ କେବେ ?
ଡେରି କରିବ ମୌସୁମୀ । କେରଳ ଛୁଇଁବାକୁ ଡେରି ହେବ । ଫଳରେ ଓଡିଶାକୁ ଆସିବାକୁ ଆହୁରି ଡେରି କରିବ । ମୌସୁମୀ ଏବେ ଦକ୍ଷିଣ ଆରବ ସାଗର, ଲାକ୍ଷାଦ୍ୱୀପ ଛୁଇଁ ସାରିଛି ।
ଭୁବନେଶ୍ୱର: ଡେରି କରିବ ମୌସୁମୀ । କେରଳ ଛୁଇଁବାକୁ ଡେରି ହେବ । ଫଳରେ ଓଡିଶାକୁ ଆସିବାକୁ ଆହୁରି ଡେରି କରିବ । ମୌସୁମୀ ଏବେ ଦକ୍ଷିଣ ଆରବ ସାଗର, ଲାକ୍ଷାଦ୍ୱୀପ ଛୁଇଁ ସାରିଛି । ପରିସ୍ଥିତି ଅନୁକୂଳ ରହିଛି, ୨/୩ ଦିନ ଭିତରେ କେରଳ ଛୁଇଁବା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ପୂର୍ବରୁ ଆକଳନ କରାଯାଉଥିଲା, ଜୁନ୍ ପ୍ରଥମ ସପ୍ତାହରେ ହିଁ ମୌସୁମୀ ଓଡ଼ିଶା ଛୁଇଁପାରେ । ହେଲେ ମୌସୁମୀ ଯେମିତି ଧିମେଇ ଧିମେଇ ଆସୁଛି, ଜୁନ୍ ପ୍ରଥମ ସପ୍ତାହରେ ରାଜ୍ୟରେ ପ୍ରାକ୍ ମୌସୁମୀ ସମ୍ଭାବନା ବି କମ୍ ।
ସେପଟେ ପାଣିପାଗ ବିଶେଷଜ୍ଞଙ୍କ ତାଜା ଆକଳନ ହେଲା, ଜୁନ୍ ପ୍ରଥମ ସପ୍ତାହରେ ତାତି ଚଳିତବର୍ଷର ରେକର୍ଡ ଭାଙ୍ଗିପାରେ । ୪୬-୪୭ ଡିଗ୍ରୀ ସେଲସିୟସ୍ ତାତିରେ ଭାଜି ହୋଇଯିବ ଓଡ଼ିଶା । ଆଭ୍ୟନ୍ତରୀଣ କି ଉପକୂଳ, ମିଳିବନି ନିସ୍ତାର । ଗରମ ସାଙ୍ଗକୁ ଭୀଷଣ ଗୁଳୁଗୁଳି କରିବ ଛଟପଟ ।












Click it and Unblock the Notifications