ରଜରେ ଭିଜିବ ଓଡିଶା: ଶେଷ ‌ରଜରେ ଓଡ଼ିଶା ଛୁଇଁବ ମୌସୁମୀ ବର୍ଷା

ରଜକୁ ଓଡ଼ିଶା ମୌସୁମୀର ପହିଲି ସ୍ପର୍ଶ ପାଇବ। ମନ୍ଥର ଗତି ଯୋଗୁଁ ୧୬ କିମ୍ବା ୧୭ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବ ବୋଲି ଆକଳନ କରାଯାଉଛି।

ଭୁବନେଶ୍ବର: କାଲି ରଜ । ଆଉ ରଜ ଆଣି ଦେବେ ଆସ୍ୱସ୍ଥି । କାରଣ ରଜରେ ଓଡିଶା ଛୁଇଁବ ମୌସୁମୀ ବାୟୁ । ରଜକୁ ଓଡ଼ିଶା ମୌସୁମୀର ପହିଲି ସ୍ପର୍ଶ ପାଇବ। ମନ୍ଥର ଗତି ଯୋଗୁଁ ୧୬ କିମ୍ବା ୧୭ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବ ବୋଲି ଆକଳନ କରାଯାଉଛି।

Monsoon 2022

ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨୪ଘଣ୍ଟାରେ ଉତ୍ତର ଆରବ ସାଗରର କିଛି ଅଞ୍ଚଳ ସମେତ ଗୁଜରାଟର କିଛି ଅଂଶ, କେନ୍ଦ୍ରୀୟ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନ, ସମ୍ପୂର୍ଣ୍ଣ ତାମିଲନାଡ଼ୁ ଓ କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବ‌ଙ୍ଗୋପସାଗରର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ ।

ଏହାର ପରବର୍ତ୍ତୀ ୩ ଦିନରେ ଅର୍ଥାତ୍‌ ରଜକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି କିଛି ଅଞ୍ଚଳରେ ସକ୍ରିୟ ହେବାକୁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଏହି ୩ ଦିନରେ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ସମେତ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ । ଅର୍ଥାତ୍‌ ଶେଷ ରଜକୁ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳ ଏବେ ବି ପ୍ରଚଣ୍ଡ ତାତିରେ ସିଝୁଛି। ରବିବାର ଦିନ ରାଜ୍ୟର ୧୧ ସହରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ୪୩ ଡିଗ୍ରି ତାପମାତ୍ରା ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା। ଏଥିସହ ଝାରସୁଗୁଡ଼ା (୪୨.୨ଡିଗ୍ରି), ସମ୍ବଲପୁର (୪୨.୬ ଡିଗ୍ରି), ସୁନ୍ଦରଗଡ଼ ଓ ବୌଦ୍ଧ (୪୨.୫ଡିଗ୍ରି), ମାଲକାନଗିରି ଓ ବରଗଡ଼ରେ (୪୨ ଡିଗ୍ରି) ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏମିତି ତାତି ଜାରି ରହିବ। ପରେ ଧୀରେଧୀରେ ତାତି କମିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+