Get Updates
Get notified of breaking news, exclusive insights, and must-see stories!

ମଙ୍କିପକ୍ସ ଭୟ : ମଙ୍କିପକ୍ସକୁ ନେଇ ହେବ ଉଚ୍ଚସ୍ତରୀୟ ବୈଠକ

ମଙ୍କିପକ୍ସକୁ ନେଇ ଆର୍ଲଟ ହୋଇଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଆସନ୍ତା 30 ତାରିଖ ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ।

ଭୁବନେଶ୍ବର: ଦେଶରେ ବର୍ତ୍ତମାନ ସୁଦ୍ଧା 3 ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳ ପରେ ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସର ପ୍ରଭାବ ଦେଖିବାକୁ ମିଳିଛି । ଏହାସହ ଉତ୍ତରପ୍ରଦେଶ ଏବଂ ତେଲେଙ୍ଗାନାରେ ମଙ୍କିପକ୍ସ ଲକ୍ଷଣ ଦେଖାଯାଉଥିବା ନେଇ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଚର୍ଚ୍ଚା ହେଉଥିଲା । ତେବେ ମଙ୍କିପକ୍ସକୁ ନେଇ ଆର୍ଲଟ ହୋଇଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଆସନ୍ତା 30 ତାରିଖ ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ''ମଙ୍କିପକ୍ସ ସ୍ଥିତି ଉପରେ ନଜର ରଖାଯାଇଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି ।

pox

ବର୍ତ୍ତମାନ ମଙ୍କିପକ୍ସ ପାଇଁ ଦେଶରେ 10ଟି ପରୀକ୍ଷା କେନ୍ଦ୍ର ଅଛି । ତେବେ ଯଦି ଆପଣଙ୍କ ଶରୀରରେ ଏହାର ଲକ୍ଷଣ ଦେଖାଯାଉଛି ତେବେ, ସଙ୍ଗେ ସଙ୍ଗେ ସ୍ବାସ୍ଥ୍ୟ ବିଭାଗ ସହ ଯୋଗାଯୋଗ କରନ୍ତୁ । ଏନେଇ କେନ୍ଦ୍ର ସରକାରଙ୍କର ଗାଇଡ଼ଲାଇନ ଆସିଛି ।''

''ମଙ୍କିପକ୍ସ ସହ ମୁକାବିଲା ପାଇଁ ଏବେ ରାଜ୍ୟର ହସ୍ପିଟାଲଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା 30 ତାରିଖରେ ମଙ୍କିପକ୍ସ ନେଇ ସ୍ବାସ୍ଥ୍ୟବିଭାଗର ଉଚ୍ଚସ୍ତରୀୟ ବୈଠକ ବସିବ । ଏହି ବୈଠକରେ ମଙ୍କିପକ୍ସ ବାବଦରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ ।''
ଡବ୍ଲ୍ୟୁଏଚଓର ମୂଲ୍ୟାଙ୍କନ ଅନୁଯାୟୀ, ୟୁରୋପୀୟ ଅଞ୍ଚଳ ବ୍ୟତୀତ ବିଶ୍ୱସ୍ତରରେ ଅନ୍ୟ ସମସ୍ତ ଅଞ୍ଚଳରେ ମଙ୍କିପକ୍ସର ବିପଦ ଦେଖାଦେଇ ପାରେ । ଏନେଇ ସମସ୍ତ ଅଞ୍ଚଳରେ ସାବଧାନତା ଅବଲମ୍ବନ କରିବା ଉଚିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+