ମୋକିମ୍ଙ୍କ ଚିଠି: ମୁହଁ ଖୋଲିଲେ ପିସିସି ସଭାପତି ଭକ୍ତ ଚରଣ ଦାସ,ଯେଉଁମାନେ ...
ବିଜେପି ସହ ଯେଉଁମାନେ ଅଛନ୍ତି ସେମାନେ ବିଜେପିକୁ ଚାଲିଯିବା ଉଚିତ । ସୋନିଆଙ୍କୁ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ମୋକିମ ଚିଠି ଲେଖିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଭକ୍ତ ଦାସ । ଯେଉଁମାନେ ବିଜେପି ସହ ଯୋଡ଼ି ହୋଇ ରହିଛନ୍ତି, ସେମାନେ ବିଜେପିକୁ ଚାଲିଯିବା ଦରକାର ବୋଲି କହିଛନ୍ତି । ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼୍ଗେ ବହୁ ପରିଶ୍ରମ କରି ଦଳକୁ ଆଗକୁ ନେଉଛନ୍ତି। ତାଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ।ଚିଠିରେ ଭକ୍ତଙ୍କୁ ହଟାଇବା ପାଇଁ ଲେଖିଥିଲେ ମୋକିମ ।
ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ ମୋକିମ୍ ଲେଖିଥିବା ପାଞ୍ଚ ପୃଷ୍ଠାର ଚିଠିକୁ ଏଆଇସିସିର ଅନେକ ବରିଷ୍ଠ ନେତା ଏହାକୁ ସହଜରେ ହଜମ କରିପାରୁ ନାହାନ୍ତି। ଜୟରାମ ରମେଶ, କେ. ସି. ଭେଣୁଗୋପାଳ, ଅଜୟ ମାକେନ ଓ ଅଭିଷେକ ମନୁ ସିଂଘଭୀଙ୍କ ଭଳି ଏଆଇସିସିର ବରିଷ୍ଠ ନେତାମାନେ ଏହାକୁ ନେଇ କ୍ଷୁବ୍ଧ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଜଣାପଡ଼ିଛି ଭକ୍ତ ଦାସ ଏହି ପ୍ରସଙ୍ଗରେ କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼୍ଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହିତ ଆଜି ଆଲୋଚନା କରିଛନ୍ତି। ଏ ସମସ୍ତ ପ୍ରସଙ୍ଗ ଉପରେ ଆଜି କଂଗ୍ରେସ ସଭାପତି ଓ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟରୁ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟକୁ ସୌଜନ୍ୟମୂଳକ ଭାବେ ଅବଗତ କରାଯାଇଛି।
ଭକ୍ତ କହିଛନ୍ତି, ରାହୁଲ ଓ ଦେଶରେ ଯେତେବେଳେ କଂଗ୍ରେସ ମୁକ୍ତ ଭାରତ କଥା କୁହାଯାଉଥିଲା, ରାହୁଲ ଗାନ୍ଧୀ କଠୋର ପରିଶ୍ରମ କରି କଂଗ୍ରେସକୁ ପୁଣି ଶକ୍ତିଶାଳୀ କରିଛନ୍ତି । ଏବେ ଲୋକସଭାରେ କଂଗ୍ରେସର ୯୯ ସାଂସଦ । ସେହିପରି ଏହି ବୟସରେ ଏତେ ପରିଶ୍ରମ କରୁଥିବା ମଲ୍ଲିକାର୍ଜୁନ ଖଡଗେଙ୍କ ଉପରେ ଟିପ୍ପଣୀ ଦେବାକୁ ତାଙ୍କର କଣ ଅଧିକାର ଅଛି । ସାରା ଜୀବନ କଂଗ୍ରେସ ପାଇଁ ଉତ୍ସର୍ଗୀକୃତ ମଲ୍ଲିକାର୍ଜୁନଙ୍କ ମାର୍ଗଦର୍ଶନ ଉପରେ କେହି ପ୍ରଶ୍ନ କରି ପାରିବେ ନାହିଁ । ବୟସ କାମ କରେନି, ଇଛା ଶକ୍ତି କାମ କରେ ବୋଲି କହିଛନ୍ତି ଭକ୍ତ । ଏବେ ଦିଲ୍ଲୀ ଦରବାରରେ ବିଚାରାଧୀନ ରହିଛି ଓଡ଼ିଶା କଂଗ୍ରେସର କନ୍ଦଳ ।












Click it and Unblock the Notifications