ମୋହନଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ବିଧାୟକ ଆସୁଛି ଫୋନ
ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଜନତା ମୈଦାନରେ ଅପରାହ୍ନ ୪ଟା ୪୫ ମିନିଟ୍ ସମୟରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଶପଥ ନେବେ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ କିଛି ମନ୍ତ୍ରୀ ମଧ୍ୟ ଆଜି ଶପଥଗ୍ରହଣ କରିବେ । ଏନେଇ ବିଜେପି ବିଧାୟକଙ୍କୁ ଫୋନ୍ କଲ ଆସିଥିବା ସୂଚନା ମିଳିଛି ।

ଦଳର ବରିଷ୍ଠ ନେତା ମୁକେଶ ମହାଲିଙ୍ଗଙ୍କୁ ମନ୍ତ୍ରୀ ଭାବେ ଶପଥ ନେବାକୁ ଫୋନକଲ ଆସିଥିବା ସୂଚନା ମିଳିଛି । ଲୋଇସିଂହାରୁ ବିଧାୟକ ଥିବା ମୁକେଶଙ୍କୁ ମୋହନଙ୍କ ମନ୍ତ୍ରୀମଣ୍ଡଳରେ ମିଳିବ ସ୍ଥାନ । ସେହିଭଳି ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବାକୁ ଫୋନ୍ କଲ ଆସିଥିବା ସୂଚନା ମିଳିଛି ।
ସେହିଭଳି ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଫୋନ୍ କଲ ଆସିଛି । ଗୋପାଳପୁର ବିଧାୟକ ବିଭୁତି ଭୂଷଣ ଜେନା, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଯଶିପୁର ବିଧାୟକ ଗଣେଶ ରାମ ଖୁଣ୍ଟିଆ, ପାରାଦ୍ୱୀପ ବିଧାୟକ ସମ୍ପଦ ସ୍ୱାଇଁ, ମୋରଡା ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ର, କୁଚିଣ୍ଡା ବିଧାୟକ ରବି ନାଏକ, ରଣପୁର ବିଧାୟିକା ସୁରମା ପାଢୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଫୋନ୍ କଲ ଆସିଥିବା ସୂଚନା ମିଳିଛି ।












Click it and Unblock the Notifications