ପ୍ରଧାନମନ୍ତ୍ରୀଙ୍କୁ ଏକ ରୁପା ତାରକସି ଫଳକ ଉପହାର ଭେଟି ଦେଲେ ମୋହନ
ଓଡ଼ିଶା ରାଜ୍ୟ ସରକାରର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଘୋଷଣା କରିଛନ୍ତି ଯେ, ଖୁବ ଶୀଘ୍ର ମନ୍ତ୍ରୀମଣ୍ଡଳରେ ନୂଆ ମୁହଁ ସାମିଲ ହେବେ। ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯାହାକୁ ନେଇ ଚର୍ଚ୍ଚା ଆହୁରି ବଢିଯାଇଛି। ଓଡ଼ିଶାରେ ନୂଆ ମନ୍ତ୍ରୀମଣ୍ଡଳ ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରିଥିବେଳେ କୁହାଯାଉଛି ତାଲିକାରେ ମୋହର ମାରିବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ଭାଜପା ସରକାର ପ୍ରଥମ ଥର ପାଇଁ ଓଡ଼ିଶାରେ ଗଠନ ହେବା ପରେ ଏହି ସମ୍ପ୍ରସାରଣ ରାଜ୍ୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ନୂଆ ମନ୍ତ୍ରୀମାନଙ୍କ ତାଲିକା ନେଇ ଭାଜପା ନେତୃତ୍ୱ ମଧ୍ୟରେ କେନ୍ଦ୍ରୀୟ ନେତାମାନଙ୍କ ସହ ଆଲୋଚନା ସରିଥିବା ସୂଚନା ମିଳିଛି।ଏହି ସମ୍ପ୍ରସାରଣରେ ଅନେକ ନୂଆ ମୁହଁଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି। ନୂଆ ମନ୍ତ୍ରୀମାନଙ୍କ ଚୟନ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧିତ୍ୱ ଓ ଅଭିଜ୍ଞତାକୁ ଗୁରୁତ୍ୱ ଦିଆଯିବ ବୋଲି ଚର୍ଚ୍ଚା ହେଉଛି। ଏହି ସମ୍ପ୍ରସାରଣ ନେଇ ରାଜନୈତିକ ମହଲରେ ଉତ୍ସାହ ଦେଖାଦେଇଛି। ଆଗାମୀ ଦିନରେ କେଉଁ ନେତାମାନେ ମନ୍ତ୍ରୀ ପଦ ପାଇବେ ଓ କେଉଁ ବିଭାଗର ଦାୟିତ୍ୱ ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ବଢ଼ିବା ପରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମନ୍ତ୍ରୀ ହେବା ନେଇ ଆଶାୟୀ ନେତାମାନେ କ୍ଷମତା କେନ୍ଦ୍ରରେ ଲବି ଚଳାଇଛନ୍ତି। ଏସବୁ ଭିତରେ କିଛି ନେତାଙ୍କ ନାଁକୁ ନେଇ ଦଳୀୟ ଶିବିରରେ ଚର୍ଚ୍ଚା ଚାଲିଛି। ଆସନ୍ତୁ ଜାଣିବା ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ କେଉଁ ସମ୍ଭାବ୍ୟ ନେତାଙ୍କ ନାଁ ସାମିଲ ହୋଇପାରେ। ଆଶାୟୀ ତାଲିକାରେ ରହିଛି ଭାଜପାର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ନାଁ । ସମ୍ବଲପୁର ବିଧାନସଭା କ୍ଷେତ୍ରରୁ ଭାଜପା ଟିକେଟରେ ତିନି ତିନି ଥର ବିଧାୟକ ରହିଆସିଛନ୍ତି। ବରିଷ୍ଠତା ଓ ଅଭିଜ୍ଞତା ଦୃଷ୍ଟିରୁ ଜୟନାରାୟଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।
ଅମର ନାୟକ। ଯାଜପୁର ଜିଲ୍ଲା ବଡ଼ଚଣା ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ଅମର। ଯାଜପୁର ଜିଲ୍ଲାରେ ଭାଜପାର ସାଂଗଠନିକ ଶକ୍ତି ବୃଦ୍ଧି କ୍ଷେତ୍ରରେ ପ୍ରମୁଖ ଭୂମିକା ତୁଲାଉଥିବା ଏହି ଯୁବ ଚେହେରାକୁ ମନ୍ତ୍ରିମଣ୍ଡଳରେ ନିଆଯାଇପାରେ । ମୟୂରଭଞ୍ଜ ଜିଲ୍ଲାରୁ ସଂଜଳି ମୁର୍ମୁଙ୍କ ନାଁକୁ ନେଇ ଚର୍ଚ୍ଚା। କୁହାଯାଉଛି ମନ୍ତ୍ରିମଣ୍ଡଳରେ ଜଣେ ମହିଳା ମନ୍ତ୍ରୀ ଥିବାରୁ ଆଉ ଜଣେ ମହିଳାଙ୍କୁ ସାମିଲ କରି ବଡ଼ ବାର୍ତ୍ତା ଦେଇପାରେ ଭାଜପା। ଏଭଳି ସ୍ଥିତିରେ ସଂଜଳି ମୁର୍ମୁଙ୍କୁ କ୍ୟାବିନେଟରେ ସ୍ଥାନ ଦେଇ ଉଭୟ ମହିଳା ଓ ଆଦିବାସୀ କାର୍ଡ ଖେଳିପାରେ ଭାଜପା।
ଗଞ୍ଜାମ ଜିଲ୍ଲାରୁ ଆସ୍କା ବିଧାୟକ ବିଧାୟକ ସରୋଜ ପାଢୀ ଓ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା। ରାଜ୍ୟରେ ସରକାର ଗଢିବାରେ ଗଞ୍ଜାମରୁ ୧୧ ବିଧାୟକଙ୍କ ପ୍ରମୁଖ ଭାଗିଦାରୀ ରହିଛି। ଏହି ଦୁଇ ନେତା ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ ମଧ୍ୟ ବିଜେଡି ଗଡକୁ ଧରାଶାୟୀ କରିଥିବାରୁ ଏମାନଙ୍କୁ ମନ୍ତ୍ରୀ ପଦ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂଙ୍କ ନେତା ମଧ୍ୟ ମନ୍ତ୍ରୀ ପଦ ପାଇଁ ରେସରେ ରହିଥିବା କୁହାଯାଉଛି।












Click it and Unblock the Notifications