Mohan Majhi: ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ସମସ୍ତଙ୍କୁ ଆଶ୍ଵାସନା ଓ ଭରଷା

ଭୁବନେଶ୍ଵର: ସବୁଦିନ ପରି ଆଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନ ପରିସରରେ ପ୍ରାୟ ଏକ ହଜାର ଲୋକଙ୍କ ସମାବେଶ। ସମସ୍ତେ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟା ଶୁଣିବେ ଓ ଅଭିଯୋଗ ପତ୍ର ଗ୍ରହଣ କରିବେ । ସକାଳର ବ୍ୟସ୍ତ ବହୁଳ କାର୍ଯ୍ୟକ୍ରମ ପରେ ମଧ୍ୟାହ୍ନ ଠାରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ସମୟ ରଖିଥିଲେ। ଲୋକମାନେ ମଧ୍ୟ ଧାଡି ବାନ୍ଧି ଶୃଙ୍ଖଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ।

ମୁଖ୍ୟମନ୍ତ୍ରୀ ନିଜେ ଆସି ଜଣ ଜଣ କରି ଲୋକଙ୍କର ସମସ୍ୟା ଶୁଣିଥିଲେ ଓ ଲୋକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ସମସ୍ତଙ୍କ ସମସ୍ୟାକୁ ଗୁରତ୍ଵ ଦେଇ ମୁଖ୍ୟମନ୍ତ୍ରୀ ଶୁଣୁଥିଲେ। ଲୋକଙ୍କ ମଧ୍ୟରୁ ନୟାଗଡ଼ରୁ ଆସିଥିବା ଉର୍ମିଳା ସାହୁ। ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ କହିଲା ବେଳେ ଭାବବିହ୍ଵଳ ହୋଇ ଅସୁସ୍ଥ ଅନୁଭବ କଲେ। ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ ନିଜ ହାତରେ ତାଙ୍କୁ ପାଣି ପିଆଇ ପ୍ରକୃସ୍ଥିତ କଲେ।

ଦୃଷ୍ଟିବାଧିତ ବିଦ୍ୟାଳୟର କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକମାନେ ମଧ୍ୟ ଆସିଥିଲେ ସେମାନକର ସମସ୍ୟା ନେଇ। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ହୋଇ ଯଥାଶୀଘ୍ର ତାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ସାଧାରଣ ଲୋକଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆତ୍ମୀୟତା ଭରା ବ୍ୟବହାର ଦେଖି ଉର୍ମିଳା ସାହୁ ଏବଂ ଦୃଷ୍ଟିବାଧିତ ବିଦ୍ୟାଳୟର ଶିକ୍ଷକମାନଙ୍କ ଆଖିରୁ ଆନନ୍ଦାଶୃ ବୋହି ଯାଇଥିଲା।

Mohan Majhi

ସାଧାରଣ ଲୋକଙ୍କ ସହିତ ବିଭିନ୍ନ ଅନୁଷ୍ଠାନ, ସଂଗଠନ, ଦିବ୍ୟାଙ୍ଗ ଆଦି ସବୁ ବର୍ଗର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଆଜି ଭେଟି ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କ ସମସ୍ୟା ଶୁଣାଇଥିଲେ ଏବଂ ଅଭିଯୋଗ ପତ୍ର ମଧ୍ୟ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ସମସ୍ତଙ୍କ ମୁହଁରେ ଆଶା, ଭରଷା ଓ ବିଶ୍ଵାସର ଝଲକ ଦେଖିବାକୁ ମିଳୁଥିଲା।

କଟକ ଖ୍ରୀଷ୍ଟ କଲେଜିଏଟ ସ୍କୁଲର ଶିକ୍ଷକମାନଙ୍କ ସମସ୍ୟାର ହେଲା ତୁରନ୍ତ ସମାଧାନ

କଟକ ଖ୍ରୀଷ୍ଟ କଲେଜିଏଟ ସ୍କୁଲର ଶିକ୍ଷୟତ୍ରୀମାନେ ତିନି ମାସ ହେଲା ଦରମା ପାଉ ନଥିଲେ। କାରଣ ତାଙ୍କ ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ କେହି ନଥିଲେ। ସେମାନଙ୍କ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ ଜାଣିବା ପରେ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ସଙ୍ଗେ ସଙ୍ଗେ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେମାନଙ୍କର ଅସୁବିଧା ଦୂର ହେଲା। ଖୁବ ଶୀଘ୍ର ବରିଷ୍ଠତା ଭିତ୍ତିରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ମିଳିବ ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ଵ ଓ ସେମାନଙ୍କର ଦରମା ମଧ୍ୟ ନିୟମିତ ହେବ।

ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରି ସେମାନେ ଖୁସି ମନରେ ଫେରିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+