୨୪ ବର୍ଷର ରେକର୍ଡ ଭାଙ୍ଗିଲେ ମୋହନ ମାଝୀ; ୧ ଘଣ୍ଟା ୪୦ ମିନିଟ ଧରି ବିବୃତି ରଖିଲେ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୪ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ୧ ଘଣ୍ଟା ୪୦ ମିନିଟ ଧରି ବିବୃତି ରଖିଛନ୍ତି। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ସମୟ ରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି।ସାଧାରଣ ଅଭିଯୋଗ ଶୁଣାଣିର ବିକୃତ ବ୍ୟବସ୍ଥା ସୃଷ୍ଟି କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୋଲି ମୋହନ ଚରଣ ମାଝୀ କହିଛନ୍ତି।

ସେ ଲୋକଙ୍କ ପାଖକୁ ନ ଯାଇ ସିଏମ୍ଓ ପଠାଇବା ଦୁର୍ଭାଗ୍ୟଜନକ। ପୂର୍ବ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଅଭିଯୋଗ ଶୁଣାଣି ପାଇଁ ପଠାଇବା ଏକ ବିକୃତ ବ୍ୟବସ୍ଥା ଥିଲା। ନିଜର ଜଣେ ଅଫିସରଙ୍କୁ ପଠେଇ ଅଭିଯୋଗ ଶୁଣାଣି କରୁଥିଲେ। ନିଜେ କେବେ ବି ଲୋକଙ୍କ ଗୁହାରି ଶୁଣୁ ନଥିଲେ। ଯାହା ଏକ ବିକୃତ ବ୍ୟବସ୍ଥା ଥିଲା। ଆମ ସରକାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ କୁ ପୁଣି ଥରେ ଚଳଚଞ୍ଚଳ କରିଛନ୍ତି।

ମୁଁ ପ୍ରତ୍ୟେକ ଦିନ ୧୨.୩୦ ମିନିଟରେ ଲୋକସେବା ଭଵନରୁ ଘରକୁ ଯାଉଛି। ରାତି ତିନିଟାରେ ମୁଁ ଶୋଇକି ସକାଳୁ ଉଠିବାରେ ସମସ୍ୟା ହେଉଛି। କିନ୍ତୁ ମୁଁ ଲୋକଙ୍କ ଦୁଃଖ ଶୁଣିବାରେ ଅତ୍ୟନ୍ତ ଖୁସି। ମୁଁ ବର୍ତ୍ତମାନ ସୁଦ୍ଧା ୫୬୦୦ ଅଭିଯୋଗ ଶୁଣିଛି। ୨୩ ପ୍ରତିଶତ ସମାଧାନ କରିଛି। ଆଗକୁ ଏହାକୁ ୫୦ ପ୍ରତିଶତରୁ ଅଧିକ କରାଯିବ।

ପ୍ରଥମ ଦିନ ଅଭିଯୋଗ ଶୁଣାଣି ଦିନ ଆମେ ମଧ୍ୟାହ୍ନ ଭୋଜନ ସନ୍ଧ୍ୟା ୫ଟା ରେ କରିଛୁ। ଯେଉଁ ସରକାରୀ ପଦବି ଖାଲି ପଡ଼ିଛି ତାକୁ ପୂରଣ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ। ୧ ଲକ୍ଷ ୩୨ ହଜାର ୩୬୫ ସରକାରୀ ପଦବି ଆଗାମୀ ଦିନରେ ପୂରଣ କରିବେ ଆମ ସରକାର। ବିଧାୟକ କଲୋନିରେ ବିଧାୟକଙ୍କ କ୍ୱାଟରର ଉନ୍ନତୀକରଣ ପାଇଁ ଲକ୍ଷେ ଟଙ୍କା ବଦଳରେ ୧୦ ଲକ୍ଷ ଦେବାକୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି।

Mohan Majhi

ଆମ ସରକାର ସମୟରେ ୪୯ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆୟ ବହିର୍ଭୁତ ସମ୍ପତି ଠାବ କରିଛି ଭିଜିଲାନ୍ସ ବିଭାଗ। ପୂର୍ବ ସରକାର ସମୟରେ ଭିଜିଲାନ୍ସ ବିଭାଗ କେରାଣ୍ଡି ଧରୁଥିଲେ ଆମ ସରକାର ସମୟ ରେ ବାଳିଆ, ରୋହି ଓ ଭାକୁର ଧରୁଛନ୍ତି। ବିରୋଧୀ ଦଳ ନେତା ମଦ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମୁଁ କହିବି ତାଙ୍କ ସରକାର ମଦକୁ ପ୍ରୋତ୍ସାହନ ଓ ପ୍ରଶୟ ଦେଇଥିଲେ। ବାଲେଶ୍ଵର ହିଂସାକୁ ଆମେ ସମ୍ପୂର୍ଣ୍ଣ ସଫଳତାର ସହ ସମାଧାନ କରିଛୁ। ଖୋର୍ଦ୍ଧା ଘଟଣାକୁ କହିବା ବଡ଼ ନିନ୍ଦନୀୟ କଥା। ଦୁଇ ପରିବାର କଳି କେବେ ହିଂସା ନୁହେଁ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ମୋଟାମୋଟି ଠିକ ଅଛି ଏବଂ ଶାନ୍ତି ବଜାୟ ରହିଛି । ନିକଟରେ ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳା ରେ ସମାହିତ ହୋଇଛି । ନୂଆ ସରକାରକୁ ଆଜି ୮୧ ଦିନ ହୋଇଛି । ଏହି ୮୧ ଦିନ ଭିତରେ ରାଜ୍ୟର ଅପରାଧିକ ସ୍ଥିତି ନେଇ ମୁଁ ଦୁଇ ରୁ ତିନି ଥର ସମୀକ୍ଷା କରି ସାରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା କୁ କେବେ ବି ଧ୍ୟାନ ଦେଇ ନାହାନ୍ତି । ସବୁ ପାରାମିଟର ରେ ଆମେ ଆଗରେ ରହିଛୁ । ଯାହା ତଥ୍ୟ କହୁଛି ରାଜ୍ୟରେ ଅପରାଧ ଲଗାତାର ଭାବେ ବଢିଛି । ପୂର୍ବ ସରକାର ସମୟ ରେ ଅପରାଧୀ ଙ୍କ ମନରେ ଡ଼ର କି ଭୟ ନଥିଲା । ମୁଁ ଏହା କହୁନି ncrb ରିପୋର୍ଟ ଏ କଥା କହୁଛି । ଦଣ୍ଡ ବିଧାନ ହାର ଏତେ କମ ରହିବା ଆମ ପାଇଁ ଲଜ୍ଜା ଜନକ । ବିଗତ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ଉତ୍ତରଦାୟୀ । ଆମ ପୋଲିସ ଅପରାଧୀ ଙ୍କୁ ଦଣ୍ଡ ଦେବା ପାଇଁ ସମ୍ପୂର୍ଣ୍ଣ ସମର୍ଥ । କିନ୍ତୁ ରାଜନୈତିକ ଇଛା ଶକ୍ତି ଅଭାବରୁ ପୋଲିସ କୁ ତା କାମ କରିବାକୁ ଦିଆ ଯାଉନଥିଲା । ଆମ ସରକାର ମମାଲର ତୁରନ୍ତ ଫଇସଲା କରିବା ଲାଗି ଖୁବଶୀଘ୍ର ସ୍ୱତନ୍ତ୍ର ଅଦାଲତ କରିବାକୁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+