Mohan Majhi: ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ
ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନ୍ତୋଦୟ ଗୃହ ଯୋଜନାକୁ ମୋହର ମରାଯାଇଛି। ଏହି ଯୋଜନାରେ ରାଜ୍ୟ ସରକାର ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ଯୋଗାଇଦେବେ। ହିତାଧିକାରୀଙ୍କୁ ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିବ। କୌଣସି ହିତାଧିକାରୀ ୪ ମାସରେ ଘର ସାରିଲେ ୨୦ ହଜାର ବୋନସ ଦେବେ ସରକାର। ସେହିପରି ୬ ମାସରେ ସାରିଲେ ୧୦ ହଜାର ଟଙ୍କା ବୋନସ ମିଳିବ। ରାଜ୍ୟ ସରକାର ଏହି ଯୋଜନାରେ ୭୫୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।

ଏହାବ୍ୟତୀତ ରାଜ୍ୟର ୩୧୪ ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ କରାଯିବା ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ୫ ବର୍ଷ ମଧ୍ୟରେ ୪୧୨୪ କୋଟି ବ୍ୟୟରେ ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ସେହିପରି ରାଜ୍ୟରେ ଏକୀକୃତ ପେନସନ ଯୋଜନା ଲାଗୁ ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।












Click it and Unblock the Notifications