ମୋହନ ସରକାରଙ୍କ ବଡ଼ ଘୋଷଣା; ଆଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର

ମୋହନ ସରକାରଙ୍କ ବଡ଼ ଘୋଷଣା । ଆଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର । ଯେଉଁଥିରେ ଗୋପାଳପାଳପୁର ପୋର୍ଟର ୯୫ ସେୟାରକୁ ଆଦାନୀ ଗ୍ରୁପକୁ ପ୍ରଦାନ କରାଯାଇଛି । ଯାହାଫଳରେ ଗୋପାଳପୁର ବନ୍ଦର ଉନ୍ନତି କରଣ କରାଯାଇପାରିବ । ଫଳରେ ରାଜ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ବଢ଼ିବ ।

Mohan Govt s Big Announcement

ରାଜ୍ୟ ସରକାର ଗୁରୁବାର କ୍ୟାବିନେଟ୍‌ରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କ୍ୟାବିନେଟ୍‌ ବୈଠକରେ ଅଗ୍ନିବୀରଙ୍କୁ ନେଇ ଆଜି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିସ୍‌ରେ ୧୦% ସ୍ଥାନ ସଂରକ୍ଷଣକୁ ମଞ୍ଜୁରୀ ମିଳିଥିବା ବେଳେ ଗୋଟିଏ ବର୍ଷ ଟ୍ରେନିଂ ଏବଂ ୪ ବର୍ଷ ଚାକିରି ପରେ ବି ନିଯୁକ୍ତି ମିଳିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ପୋଲିସ, ଅଗ୍ନିଶମ ଓ ବନବିଭାଗରେ ୧୦% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର।

ସେହିପରି ଆଜିର କ୍ୟାବିନେଟ୍‌ରେ ବୈଠକରେ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ଏଣିକି ଝିଅଙ୍କୁ ଚାକିରି ମିଳିବ। ଖାଲି ଏତିକି ନୁହେଁ ମା'-ବାପାଙ୍କ ଉପରେ ନିର୍ଭର କରୁଥିବା ବିବାହିତ ଝିଅ/ ସାବତ ଝିଅଙ୍କୁ ମଧ୍ୟ ଚାକିରି ସୁବିଧା ମିଳିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+