ଓଡ଼ିଶାରେ ମୋହନ ସରକାର: ମୁଖ୍ୟମନ୍ତ୍ରୀଙ୍କୁ ମିଳିବ କେତେ ଦରମା? ମିଳିବ ଏହି ସୁବିଧା

ଓଡ଼ିଶାରେ ବିଜେପି ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝି । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ପ୍ରଭାତୀ ପରିଡା ଶପଥ ଗ୍ରହଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ୧୩ ଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ନେଇଛନ୍ତି । ତେବେ ଓଡ଼ିଶାକୁ ନୂଆ ମୁଖ୍ୟମନ୍ତ୍ରୀ ତ ମିଳିଗଲେ । ହେଲେ ଜାଣିଛନ୍ତି କି ମୁଖ୍ୟମନ୍ତ୍ରୀଙ୍କ ଦରମା କେତେ? ଆଉ ତାଙ୍କୁ କ'ଣ କ'ଣ ସବୁ ସୁବିଧା ମିଳେ?

ଭାରତର ଭିନ୍ନ ଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଦରମା ଭିନ୍ନ । ସର୍ବାଧିକ ଦରମା ପାଉଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ତେଲଙ୍ଗାନା CM । ସେହଭଳି ତ୍ରିପୁରା ମୁଖ୍ୟମନ୍ତ୍ରୀ ସର୍ବନିମ୍ନ ଦରମା ପାଇଥାନ୍ତି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାସକୁ ଦରମା ଓ ଭତ୍ତା ବାବଦରେ ୧ ଲକ୍ଷ ୬୦ ହଜାର ଟଙ୍କା ପାଇଥାନ୍ତି । ଅର୍ଥାତ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମାସିକ ୧ ଲକ୍ଷ ୬୦ ହଜାର ଟଙ୍କା ଦରମା ଆକାରରେ ପାଇବେ । ପୂର୍ବରୁ ବିଧାୟକ ଭାବେ ୧ ଲକ୍ଷ ଟଙ୍କା ଦରମା ପାଉଥିଲେ ।

ସାମ୍ବିଧାନିକ ନିୟମ ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ଜଣେ ମୁଖ୍ୟମନ୍ତ୍ରୀ ରହିଛନ୍ତି । ରାଜ୍ୟର ଶାସନ ଦାୟିତ୍ୱକୁ ସୂଚନାରୁ ରୂପେ ସମ୍ଭାଳିବା ସହ ରାଜ୍ୟର ସବୁ ଜନତାଙ୍କ ଦାୟିତ୍ୱ ନେବା ତାଙ୍କର କର୍ତ୍ତବ୍ୟ ଅଟେ।

ତେବେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ରାଜକୋଷରୁ ପ୍ରତ୍ୟେକ ମାସ ଦରମା ମଧ୍ୟ ମିଳିଥାଏ । କିନ୍ତୁ ସମସ୍ତ ରାଜ୍ୟରେ ମୁଖ୍ୟମନ୍ତ୍ରୀମାନଙ୍କ ଦରମା ଭିନ୍ନ ରହିଥାଏ । ଏହା ସହିତ ମୁଖ୍ୟମନ୍ତ୍ରୀମାନଙ୍କୁ ଅନ୍ୟାନ୍ୟ ସରକାରୀ ସୁବିଧା ମଧ୍ୟ ମିଳିଥାଏ । ଜାଣନ୍ତୁ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ କେତେ ଦରମା ପାଇଥା'ନ୍ତି।

ଏହା ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଅନ୍ୟାନ୍ୟ ସମସ୍ତ ସରକାରୀ ସୁବିଧା ମଧ୍ୟ ମିଳିଥାଏ । ସୁରକ୍ଷା ପାଇଁ ପୋଲିସ କର୍ମୀ ୨୪ ଘଣ୍ଟିଆ ମୁତୟନ ହୋଇ ରହିଥାନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କୁ ବିଦ୍ୟୁତ ବିଲ, ଟେଲିଫୋନ ବିଲ, ଗାଡିରେ ତେଲ ବାବଦକୁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥାନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଗାର୍ଡ ମୁତୟନ କରାଯାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+