ଆକ୍ସନ ମୁଡ଼ରେ ମୋହନ ସରକାର, ରଦ୍ଧ ହେଲା ସମସ୍ତ ରାଜନୈତିକ ନିଯୁକ୍ତି

ରାଜ୍ୟର ପ୍ରଥମ ବିଜେପି ସରକାର କ୍ଷମତାକୁ ଆସିବା ପରେ ନବୀନ ପଟ୍ଟନାୟକଙ୍କ ସରକାର ସମୟର ସମସ୍ତ ରାଜନୀତିକ ନିଯୁକ୍ତିକୁ ରଦ୍ଦ କରିଦେଇଛନ୍ତି। ଏହାସହିତ ଆଜି ରାଜ୍ୟ ସରକାର ଭୁବନେଶ୍ୱର, କଟକ ସମେତ ଅନ୍ୟ ୭ଟି ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷଙ୍କୁ ହଟାଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସମସ୍ତ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।

mohan charan majhi

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗୀୟ ସଚିବ, ଜିଲ୍ଲାପାଳ ଓ ବିଧାନସଭା ସଚିବଙ୍କୁ ଚିଠିଲେଖି ବିଭିନ୍ନ ସରକାରୀ ସଂସ୍ଥା, ଉଦ୍ୟୋଗ, ନିଗମ ଓ ବିଭାଗରେ ରାଜନୀତିକ ନିଯୁକ୍ତିକୁ ତତ୍କାଳ ପ୍ରଭାବରୁ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଅବଗତ କରିଛନ୍ତି । ସମସ୍ତ ରାଜନୀତିକ ନିଯୁକ୍ତିକୁ ରଦ୍ଦ କରାଗଲା । କିନ୍ତୁ ବୈଧାନିକ ପ୍ରାବଧାନ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ପ୍ରକ୍ରିୟା ମଧ୍ୟରେ ଦିଆଯାଇଥିବା ନିଯୁକ୍ତିଗୁଡ଼ିକ ଏହି ନିର୍ଦ୍ଦେଶ ଦ୍ୱାରା ପ୍ରଭାବିତ ହେବେ ନାହିଁ ବୋଲି ବିଭାଗ ସୂଚନା ଦେଇଛି । ତେବେ ରାଜ୍ୟ ମହିଳା ଆୟୋଗ ଓ ଶିଶୁ ସୁରକ୍ଷା ଅଧିକାର ଆୟୋଗରେ ରାଜନୀତିକ ନେତ୍ରୀମାନଙ୍କୁ ଥଇଥାନ କରାଯାଇଥିବାରୁ ସେମାନେ ସେଠାରେ ନିଜର କାର୍ଯ୍ୟ ଜାରି ରଖିବେ କି ସେମାନଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇଛି ତାହା ଜଣାପଡ଼ିନି ।

ସେହିପରି ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ , ପୂର୍ବର ସମସ୍ତ ନିର୍ଦ୍ଦେଶକୁ ରଦ୍ଦ କରି ରାଜ୍ୟ ସରକାର ସମସ୍ତ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ), କଟକ ଉନ୍ନୟନ ପ୍ରାଧିକରଣ(ସିଡିଏ) ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣ, ସମ୍ବଲପୁର ଉନ୍ନୟନ ପ୍ରାଧିକରଣ, ରାଉରକେଲା ଉନ୍ନୟନ ପ୍ରାଧିକରଣ, ପୁରୀ-କୋଣାର୍କ ଉନ୍ନୟନ ପ୍ରାଧିକରଣ, ପାରାଦୀପ ଉନ୍ନୟନ ପ୍ରାଧିକରଣ, କଳିଙ୍ଗନଗର ଉନ୍ନୟନ ପ୍ରାଧିକରଣ ଓ ତାଳଚେର-ଅନୁଗୁଳ ମେରାମୁଣ୍ଡଳୀ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପାତ୍ର କାର୍ଯ୍ୟ କରିବେ । ସିଡିଏ ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ୍ ଅନୀଲ କୁମାର ସାମଲ କାର୍ଯ୍ୟ କରୁଥିଲେ । ସେହିପରି ପାରାଦୀପ ଉନ୍ନୟନ ପ୍ରାଧିକରଣରେ ମାତ୍ର ୩ମାସ ପୂର୍ବରୁ ବିଜେଡି ନେତା ପ୍ରମୋଦ କୁମାର ଜେନାଙ୍କୁ ଥଇଥାନ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+