୧୦ ବଡ ପ୍ରକଳ୍ପକୁ ମୋହନ ସରକାରଙ୍କ ମଞ୍ଜୁରୀ, ଓଡ଼ିଶାରେ ହେବ ଶିଳ୍ପ ହବ୍

Odisha News: ୧୦ ବଡ ପ୍ରକଳ୍ପକୁ ମିଳିଲା ମୋହନ ସରକାରଙ୍କ ମଞ୍ଜୁରୀ । ୪୦ତମ ହାଇଲେଭଲ କ୍ଲିଏରାନ୍ସ ଅଥରିଟି ମିଟିଂରେ ୧୦ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଓଡ଼ିଶାରେ ହେବ ଶିଳ୍ପ ହବ୍ । ୭ ଜିଲ୍ଲାରେ ହେବ ୧୦ଟି ବଡ଼ ପ୍ରକଳ୍ପ, ଯେଉଁଥି ପାଇଁ ଖର୍ଚ୍ଚ ହେବ ୧ କୋଟି ୬୫ ଲକ୍ଷ ୩୦୩ କୋଟି ଟଙ୍କା ।

ସେହିପରି ନୁଯୁକ୍ତି ପାଇବେ ୫୧ ହଜାର ୯୪୫ ଜଣ । ରାୟଗଡ଼ାରେ ୨ଟି, କେନ୍ଦୁଝରରେ ୨ଟି, ଗଞ୍ଜାମରେ ୨ଟି, ଭଦ୍ରକ, ମୟୂରଭଞ୍ଜ, କଟକ ଏବଂ ଖୋର୍ଦ୍ଧାରେ ଗୋଟିଏ ଲେଖାଏଁ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ନେଇ ସୂଚନା ରହିଛି । ରାୟଗଡ଼ାରେ ବେଦାନ୍ତ ୨ଟି ପ୍ରକଳ୍ପ ପ୍ରତିଷ୍ଠା କରିବ, ଯେଉଁଥିର ପ୍ରାୟ ୯୦ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ ଏବଂ ୧୫ ହଜାର ୯୦୦ ନିଯୁକ୍ତି ମିଳିବ ।

Odisha CM Mohan Majhi

ସେହିପରି ଜେଏସ୍‌ଡବ୍ଲ୍ୟୁ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ ଯେଉଁଥିପାଇଁ୩୫ ହଜାର କୋଟି ଟଙ୍କା ବିନିଯୋଗ ହେବା ସହ ୮୦୦୦ ଯୁବକଙ୍କୁ ମିଳିବ ନିଯୁକ୍ତି । ସେହିପରି କେନ୍ଦୁଝର ଓ ଭଦ୍ରକରେ ମଧ୍ୟ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+