ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ଜେଲ ଦଣ୍ଡାଦେଶ
ଓଡ଼ିଶା ରୁରାଲ୍ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ୍ (ORHDC) ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି ।
ଭୁବନେଶ୍ୱର: ଓଡ଼ିଶା ରୁରାଲ୍ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ୍ (ORHDC) ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଶୁଣାଇଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ମେଟ୍ରୋ ବିଲ୍ଡର ନିର୍ଦ୍ଦେଶ ପୀୟୁଷ ମହାନ୍ତିଙ୍କୁ ବି ଜେଲ ଦଣ୍ଡାଦେଶ । ଏଥିସହ ଅବସରପ୍ରାପ୍ତ ପୂର୍ବତନ ଆଇଏଏସ୍ ଅଧିକାରୀ ବିନୋଦ କୁମାରଙ୍କୁ କୋର୍ଟ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ସେହିପରି କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନଙ୍କୁ ମଧ୍ୟ ଏହି ମାମଲାରେ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ସମସ୍ତ ୪ ଜଣଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଲେଖାଏଁ ଜରିମାନା ହୋଇଛି ।

୨୦୦୦ ମସିହା ଜାନୁଆରୀରୁ ୨୦୦୧ ମେ ମାସ ମଧ୍ୟରେ ବିନୋଦ କୁମାର ORHDCର ଏମଡି ଥିଲେ । ସେହି ସମୟରେ ସେ ମେଟ୍ରୋ ବିଲଡର୍ସକୁ ୫୦ଟି ଫ୍ଲାଟ ନିର୍ମାଣ ପାଇଁ ୧୫୦ ଲକ୍ଷ ଟଙ୍କା ଋଣ ଦେଇଥିଲେ । ୩ଟି ଇନଷ୍ଟଲମେଣ୍ଟରେ ମେଟ୍ରୋ ବିଲଡର୍ସ ସମ୍ପୂର୍ଣ୍ଣ ଋଣ ପାଇଥିଲା ।
ପରବର୍ତ୍ତୀ ପର୍ଯାୟରେ ଜଣାପଡିଥିଲା ଯେ ଫର୍ଜି କାଗଜପତ୍ର ତଥା ବିଡିଏ ଆପ୍ରୁଭାଲ, ପ୍ରୋଜେକ୍ଟ ଏଷ୍ଟିମେଟ, ଫାୟାର ଲାଇସେନ୍ସ ଜରିଆରେ ଏଭଳି ଲକ୍ଷ ଲକ୍ଷ ଟଙ୍କା ହାତେଇଛି ମୋଟ୍ରୋ ବିଲ୍ଡର । ଏଥିପାଇଁ ଏମଡି IAS ବିନୋଦ କୁମାରକୁ ସହଯୋଗ କରିଥିଲେ OHRDC ତତ୍କାଳୀନ କମ୍ପାନୀ ସେକ୍ରେଟାରୀ ସ୍ବସ୍ତି ରଞ୍ଜନ ମହାପାତ୍ର ସହ ମେଟ୍ରୋ ବିଲ୍ଡରର ଡାଇରେକ୍ଟର ପିୟୁଶଧାରୀ ମହାନ୍ତି । ୨୦୧୭ ଅକ୍ଟୋବର ୩୧ ସୁଦ୍ଧା ମେଟ୍ରୋ ବିଲଡର୍ସ ଉପରେ ୬ କୋଟି ୨୨ ଲକ୍ଷ ୨୫ ହଜାର ୨୧୪ ଟଙ୍କା ବକେୟା ଗଡ଼ୁଛି ।
ସମସ୍ତ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ର କରି ସରକାରଙ୍କୁ କ୍ଷତି ପହଞ୍ଚାଇଥିଲେ ଓ ଅନୁଚିତ ଉପାୟରେ ଏକ ବିଲଡର ସଂସ୍ଥାକୁ ଲାଭ ଦେଇଥିଲେ। ମାମଲାର ଶୁଣାଣି ବେଳେ ୧୭ରୁ ଅଧିକ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା। ସେହିପରି ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଯେଉଁ ତଥ୍ୟ ପ୍ରମାଣ ଦିଆଯାଇଥିଲା, ତାହା ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା।












Click it and Unblock the Notifications