ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ
ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଗଢ଼ିଲେ ନୂଆ ଦଳ । ନୂଆ ଦଳର ନାଁ ସ୍ପଷ୍ଟ କଲେ ମୋକିମ୍ । ଦଳର ନାଁ ରହିବ 'ଓଡ଼ିଶା ଜନତା କଂଗ୍ରେସ' । ଦଳୀୟ ପତାକାର ଚିତ୍ର ମଧ୍ୟ ସାମ୍ନାକୁ ଆସିଲା । ଦଳର ନାଁ ସମ୍ପର୍କରେ ନିର୍ବାଚନ କମିଶନ ଅଫିସରୁ ସବୁଜ ସଙ୍କେତ ମିଳିଛି । ଏ ସମ୍ପର୍କରେ ସ୍ପଷ୍ଟ କଲେ ମହମ୍ମଦ ମୋକିମ୍ । ଏପ୍ରିଲ ପ୍ରଥମ ସପ୍ତାହରେ ଦଳ ଭୁବନେଶ୍ୱରରେ ସମାବେଶ କରିବ । ଦଳର ଚିହ୍ନ ପରବର୍ତ୍ତୀ ସମୟରେ ସ୍ଥିର ହେବ ବୋଲି କହିଲେ ମୋକିମ୍ ।













Click it and Unblock the Notifications