କନ୍ଧମାଳରେ ମୋଦିଙ୍କ ଗର୍ଜନ; ବିଜେଡି ବିରୋଧରେ ଶାଣିତ କଲେ ସ୍ବର
ସିଧା ବିଜେଡିକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି କନ୍ଧମାଳରୁ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆୟୁଷ୍ମାନ ଯୋଜନାର ଲାଭ କହିବା ସହ ବିଜେଡି ସରକାର ଏହାକୁ ଏଠାରେ ଲାଗୁ କରାଇ ଦେଉନଥିବା ମୋଦୀ ଜନସଭାରେ କହିଛନ୍ତି । ସେ ଆହୁରି କହିଛନ୍ତି, ମୋଦୀ ଆପଣଙ୍କୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଦେବାକୁ ଚାହୁଁଛି । ହେଲେ ବିଜେଡି ସରକାର ଆୟୁଷ୍ମାନ ଯୋଜନାକୁ ଏଠାରେ ଲାଗୁ କରିବାକୁ ଦେଉନାହାନ୍ତି । ଓଡିଶାର ଲୋକମାନେ ଦେଶର ବିଭିନ୍ନ ରାଜ୍ୟରେ ରହୁଛନ୍ତି । ଯଦି ଭାରତର କେଉଁଠି ବି ଆପଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ତେବେ ଆପଣ ସେଠାରେ ବି ୫ ଲକ୍ଷ ଟଙ୍କାର ସୁବିଧା ପାଇପାରିବେ ।

ଆପଣଙ୍କ ପାଖରେ ଟଙ୍କା ଥାଉ କି ନଥାଉ, ସମ୍ପର୍କୀୟ ଥାଆନ୍ତୁ କି ନଥାନ୍ତୁ କେବଳ ପକେଟରେ କାର୍ଡ ଥିବା ଦରକାର । ମୁଁ ୫ ବର୍ଷରୁ ଏଠାକାର ସରକାରକୁ ବୁଝାଇବାକୁ ଚେଷ୍ଟା କଲିଣି ହେଲେ ସେମାନେ ବୁଝିବାକୁ ଚାହୁଁନାହାନ୍ତି । ଓଡିଶାରେ ବିଜେପି ସରକାର ବନାଇଲେ ୫ ଲକ୍ଷର ମାଗଣା ଚିକିତ୍ସା ସୁବିଧା ପାଇପାରିବେ । ଯାହାର ଆପଙ୍କ ରୋଗର ଚିନ୍ତା ନାହିଁ ସେ ସରକାର ଓଡିଶାରେ ରହିବା ଦରକାର କି ନାହିଁ ଆପଣ ଚିନ୍ତା କରନ୍ତୁ ବୋଲି ମୋଦୀ କହିଛନ୍ତି ।
ଓଡିଶା ପର୍ଯ୍ୟଟନର ଅନେକ ସମ୍ଭାବନା ରହିଛି । ପର୍ଯ୍ୟଟନ ବଢିଲେ ରୋଜଗାର ବଢେ । ହେଲେ ଏଥିରେ ଓଡିଶା ସରକାର ପଛୁଆ । ଭାଜପା ସରକାର ଏଠାରେ ପର୍ଯ୍ୟଟନର ବିକାଶ କରିବାକୁ ଚାହୁଁଛି । ମୋଦୀ ହେଉଛି ଆପଣମାନଙ୍କର ସବୁଠାରୁ ବଡ ଗ୍ୟାରେଣ୍ଟି । ମୁଦ୍ରା ଯୋଜନାରେ ଆପଣ ୨୦ ଲକ୍ଷ ଟଙ୍କା ଲୋନ ନେଇ ନିଜ ବ୍ୟବସାୟ କରିପାରିବେ । ଯୁବକମାନେ ପର୍ଯ୍ୟଟନର ବିକାଶ କରିପାରିବେ ।
କନ୍ଧମାଳର ହଳଦୀକୁ ମୋଦୀ ସରକାର ଜିଆଇ ଟ୍ୟାଗ ଦେଇଛନ୍ତି । ଓଡିଶା ସରକାର ହଳଦୀ ଚାଷୀଙ୍କୁ ହେବାଲ କରସାରିଲେଣି । ତେଣୁ ଭାଜପା ସରକାର କନ୍ଧମାଳରେ ମସଲା ପାର୍କ ବଲାଇବାକୁ ଘୋଷଣା କରିଛନ୍ତି । ମୋଦୀ ସେଇମାନଙ୍କୁ ପଚାରେ ଯାହାକୁ କେହି ପଚାରନ୍ତିନି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications