ପୁରୀରେ ହେବ ମୋଦିଙ୍କ ବିଶାଳ ରୋଡ୍‌ ଶୋ', ଏହି ସ୍ଥାନରେ ହେବ ଜନସଭା

ପୁଣି ଓଡ଼ିଶା ଆସିବେ ମୋଦି । ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନ ବିଜେପି କେନ୍ଦ୍ର ନେତାଙ୍କ ଓଡ଼ିଶା ଘନଘନ ଗସ୍ତ । ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଗତକାଲି ଫେରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଆସିବେ। ଆଜି ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପ-ସଭାପତି ଗୋଲକ ମହାପାତ୍ର।

narendra modi

ସେ କହିଛନ୍ତି, ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ପୁରୀରେ ରୋଡ୍‌ ଶୋ' କରିବେ। ସେହିପରି ସେହିଦିନ କଟକ ଓ ଅନୁଗୋଳରେ ଜନସଭାକୁ ସମ୍ବୋଧିତ କରିବେ।

ସେହିପରି ମେ' ୧୫ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସିବେ। ସେ ରାଉରକେଲା, କଣ୍ଟାବାଞ୍ଜି ଓ ସୋରଡ଼ାରେ ସଭା କରିବେ। ୧୭ ତାରିଖରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେ ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ନିର୍ବାଚନୀ ସଭାରେ ଯୋଗ ଦେବେ।

ମୋଦି ମେ' ୬ ତାରିଖରେ ବ୍ରହ୍ମପୁର ଓ ନବରଙ୍ଗପୁର ସଂକଳ୍ପ ସମାବେଶ ବା ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ସେହିପରି ଗତ ଶୁକ୍ରବାର ଦୁଇ ଦିନ ଓଡ଼ିଶା ଗସ୍ତରେ ଆସିଥିଲେ। ଶୁକ୍ରବାର ରାତିରେ ଭୁବନେଶ୍ୱରରେ ରୋଡ୍ ଶୋ' କରିଥିଲେ। ଶନିବାର ଫୁଲବାଣୀ, ବଲାଙ୍ଗିର ଓ ବରଗଡ଼ରେ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ପୂର୍ବରୁ ଓଡ଼ିଶା ଆସି ପ୍ରଚାର କରି ସାରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+