Get Updates
Get notified of breaking news, exclusive insights, and must-see stories!

ମୋଦିଙ୍କ ଫୋକସରେ ଓଡ଼ିଶାର ରେଳ ବିକାଶ, ୧୩ ଗୁଣା ବଢ଼ିଛି ରେଳ ବିକାଶ

ଓଡ଼ିଶାକୁ ୧୩ ଗୁଣା ବଢିଛି ରେଳ ବଜେଟ । ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାକୁ ମାତ୍ର ୮୩୮ କୋଟି ଟଙ୍କାର ରେଳ ବଜେଟ୍ରେ ବ୍ୟୟବରାଦ ହୋଇଥିଲା । ହେଲେ ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟକୁ ଏହାର ୧୩ ଗୁଣ ଅର୍ଥାତ୍ ୧୦,୫୯୯ କୋଟି ଟଙ୍କାର ରେଳ ବଜେଟ୍ ଦିଆଯାଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି।

railway

ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ନୂଆ ରେଳ ଟ୍ରାକ୍ ନିର୍ମାଣ ବାର୍ଷିକ ହାରାହାରି ସାଢ଼େ ତିନି ଗୁଣ ବୃଦ୍ଧି ପାଇଛି । ୨୦୦୯-୧୪ ମଧ୍ୟରେ ୨୬୭ କିଲୋମିଟର ନୂଆ ରେଳ ଟ୍ରାକ୍ ନିର୍ମାଣ କରାଯାଇଥିଲା। ଏହା ତୁଳନାରେ ୨୦୧୪-୨୫ ମଧ୍ୟରେ ବାର୍ଷିକ ହାରାହାରି ୧୯୫.୪୫ ନୂଆ ରେଳ ଲାଇନ୍ ନିର୍ମାଣ କରାଯାଇଥିବା ବେଳେ ଏହି ଅବଧି ମଧ୍ୟରେ ମୋଟ୍ ୨,୧୫୦ କିମି ରେଳ ଲାଇନ୍ ବିଛା ହୋଇଛି। ସେହିପରି ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ୧୯ଟି ନୂଆ ଲାଇନ ଏବଂ ୩୦ଟି ଦୋହରୀକରଣ ପ୍ରକଳ୍ପ ସମେତ ଓଡ଼ିଶାରେ ସମ୍ପୂର୍ଣ୍ଣ ଏବଂ ଆଂଶିକ ଭାବେ ୪୯ଟି ରେଳ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏଥିପାଇଁ ୬୭ ହଜାର ୪୯୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥିମଧ୍ୟରୁ ୨୦୨୫ ମାର୍ଚ୍ଚ ସୁଦ୍ଧା ୧୪୨୯ କିଲାମିଟର ରେଳ ମାର୍ଗ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ୨୮,୦୪୩ ଟଙ୍କା ଖର୍ଚ୍ଚ ହୋଇଛି। ଉକ୍ତ ଅବଧି ସୁଦ୍ଧା ମାଟ୍ ୧୧ଟି ରେଳ ଲାଇନ୍ କାମ ସମ୍ପୂର୍ଣ୍ଣ ଭାବେ ଶେଷ ହାଇଛି। ଏହାବ୍ୟତୀତ ୧୭ଟି ରେଳ ଲାଇନ୍ ପ୍ରକଳ୍ପ ନିର୍ମାଣାଧୀନ ରହିଛି । ୨୦୨୨- ୨୩ରୁ ୨୦୨୫-୨୬ ମଧ୍ୟରେ ଆଂଶିକ କିମ୍ୱା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଦେଇ ଯାଉଥିବା ୭୬ଟି ରେଳ ପ୍ରକଳ୍ପ ପାଇଁ ସର୍ଭେ ହୋଇଛି। ଏଥିରେ ୩୦ଟି ନୂଆ ଲାଇନ ଏବଂ ୪୬ଟି ଦୋହରୀକରଣ ପ୍ରକଳ୍ପ ସାମିଲ ରହିଛି। ଝାରସୁଗୁଡ଼ାସମ୍ୱଲପୁର-ଅନୁଗୁଳ ଏବଂ ଭୁବନେଶ୍ୱର-ପୁରୀ ସମେତ ସମସ୍ତ ବ୍ରଡଗଜ୍ ନେଟୱାର୍କକୁ ବିଦ୍ୟୁତୀକରଣ କରାଯାଇଛି। ଏହା ବ୍ୟତୀତ, ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ଏବଂ ତାଳଚେରବିମଲାଗଡ଼ ସମେତ ସମସ୍ତ ନୂଆ ଲାଇନ/ରେଳ ଲାଇନ ଦୋହରୀକରଣ ପ୍ରକଳ୍ପକୁ ବିଦ୍ୟୁତିକରଣ ସହିତ ମଞ୍ଜୁର ଏବଂ ନିର୍ମାଣ କରାଯାଉଛି। ଭାରତୀୟ ରେଳ ମନ୍ତ୍ରଣାଳୟ ଅଧିକ ମାଲ୍ ପରିବହନ ଲାଗି ଦେଶରେ ୧୨୦ଟି ଗତି-ଶକ୍ତି ବହୁମୁଖୀ କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ କରିଥିବା ବେଳେ ୧୩୩ଟି ସ୍ଥାନରେ ଏଭଳି ଟର୍ମିନାଲ ନିର୍ମାଣ ଜାରି ରଖିଛି। ଓଡ଼ିଶାର ୧୦ଟି ସ୍ଥାନରେ ଗତିଶକ୍ତି ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଛି। ଆହୁରି ୭ଟି ସ୍ଥାନରେ ଗତିଶକ୍ତି ଟର୍ମିନାଲ ନିର୍ମାଣକୁ ଅନୁମାଦନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+