ବିନା କାଗଜରେ ୩୦ଟି ଜିଲ୍ଲାର ନାମ କହିପାରିବେନି ନବୀନ: ମୋଦୀ

PM Modi: ନବୀନଙ୍କୁ ମୋଦୀଙ୍କ ଖୋଲା ଚ୍ୟାଲେଞ୍ଜ୍ । ମେ ୧୧ ତାରିଖରେ ଫୁଲବାଣୀ ସଭାରେ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି, ନବୀନ ବାବୁଙ୍କୁ ଏର କାଗଜ ଦିଆଯାଉ ଏବଂ ବିନା ଚିଠାରେ ଓଡ଼ିଶାର ୩୦ଟି ଜିଲ୍ଲାର ନାଁ ଲେଖିବାକୁ କୁହାଯାଉ । ଜିଲ୍ଲା ସହ ଜିଲ୍ଲା ମୁଖ୍ୟାଳୟ ନାଁ ମଧ୍ୟ ଲେଖିବାକୁ ମଧ୍ୟ କୁହାଯାଉ ।

pm modi

ମୋଦୀ ଆହୁରି କହିଛନ୍ତି, ଯେଉଁ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟ ଜିଲ୍ଲା ନାଁ ଜାଣି ନାହାଁନ୍ତି, ସେପରି ମୁଖ୍ୟମନ୍ତ୍ରୀ ଆପଣଙ୍କ ଦୁଃଖ ବୁଝିପାରିବେ ? ସେହିପରି ମୋଦୀ ରାଜ୍ୟବାସୀଙ୍କୁ ୫ ବର୍ଷର ସମୟ ମାଗିଛନ୍ତି, ସେ ନିଜ ଭାଷଣରେ କହିଛନ୍ତି, ମୋତେ ୫ ବର୍ଷ ସମୟ ଦିଅନ୍ତୁ ଭାଜପା ଓଡ଼ିଶାଙ୍କୁ ନମ୍ବର ୱାନ୍ କରିଦେବ ।

ସେହିପରି ରତ୍ନଭଣ୍ତାର ପ୍ରସଙ୍ଗକୁ ନେଇ ମୋଦୀ ରାଜ୍ୟ ସରକାଙ୍କ ଉପରେ ବର୍ଷିଛନ୍ତି, ଫୁଲବାଣୀରେ ବିଶାଳ ଜନସଭାକୁ ସମ୍ବୋଧନ କରି ବିଜେଡିକୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ବିନା ଆମର ଜୀବନ ହିଁ ନାହିଁ। ଜଗନ୍ନାଥ ଅଛନ୍ତି ତ ଆମ ଜୀବନ ଅଛି ।

ରତ୍ନଭଣ୍ଡାର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା । ଗତ ୪୦ ବର୍ଷରୁ ଅଧିକ ହେଲାଣି ରତ୍ନଭଣ୍ଡାର ଖୋଲାନାହିଁ । ତେବେ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ଗତ ୬ ବର୍ଷ ହେବ କିପରି ମିଳୁ ନାହିଁ । ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ମଧ୍ୟ ଠିକ୍ ଭାବେ ରଖି ପାରୁନାହାନ୍ତି ରାଜ୍ୟ ସରକାର। ଚାବି କିପରି ହଜିଲା ବା କୁଆଡେ ଗଲା ତାହା ଜାଣିବା ଅଧିକାର ଆପଣଙ୍କର ଅଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+