Get Updates
Get notified of breaking news, exclusive insights, and must-see stories!

ଆଜି ଓଡିଶା ଆସିବେ ମୋଦୀ, ଶେଷ ପର୍ଯ୍ୟାୟରେ ୩ ଟି ସ୍ଥାନରେ କରିବେ ବିଶାଳ ସମାବେଶ

ଆଜି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ଦିନକ ପରେ ପ୍ରଚାର ସରିବ। କିନ୍ତୁ ତା'ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ବିଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ଅଭିଯାନକୁ ଜୋରଦାର କରିବା ସହ ଶେଷସ୍ପର୍ଶ ଦେବା ପାଇଁ ଆଜି ଓଡ଼ିଶାରେ ୩ଟି ସ୍ଥାନରେ ବିଶାଳ ନିର୍ବାଚନୀ ସଭା କରିବେ। ପ୍ରଧାନମନ୍ତ୍ରୀ ମୋଦି ଆଜି ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

narendra modi

ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟାହ୍ନ ସାଢ଼େ ୧୨ଟାରେ ବାରିପଦାର ଛଉପଡ଼ିଆ, ଅପରାହ୍ନ ୨ଟାରେ ବାଲେଶ୍ୱରର ରେମୁଣାସ୍ଥିତ ନରହରି ପଡ଼ିଆ ଓ ଅପରାହ୍ନ ୪ଟାରେ କେନ୍ଦ୍ରାପଡ଼ାର ବରୁଆ ପଡ଼ିଆଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହି ୩ଟି ଯାକ ସଂସଦୀୟ କ୍ଷେତ୍ର ସମେତ ଯାଜପୁର, ଜଗତସିଂହପୁର ଓ ଭଦ୍ରକ ସଂସଦୀୟ କ୍ଷେତ୍ରରେ ଆସନ୍ତା ୧ତାରିଖରେ ଭୋଟ୍ ଗ୍ରହଣ ହେବ। ସେହିପରି ବିଜେପିର ଷ୍ଟାର ପ୍ରଚାରକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳ ସାଢ଼େ ୯ଟାରେ ନିମାପଡ଼ା, ସାଢ଼େ ୧୦ଟାରେ କାକଟପୁର, ସାଢ଼େ ୧୧ଟାରେ ପାରାଦୀପ, ମଧ୍ୟାହ୍ନ ସାଢ଼େ ୧୨ଟାରେ ଜଗତସିଂହପୁର, ଅପରାହ୍ନ ସାଢ଼େ ୧ଟାରେ ତିର୍ତ୍ତୋଲ, ଅପରାହ୍ନ ୨ଟା ୪୫ମିନିଟରେ ଚାନ୍ଦବାଲି ଓ ଅପରାହ୍ନ ସାଢ଼େ ୪ଟାରେ ଧାମନଗରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ।

ସେହିପରି ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଆସନ୍ତା କାଲି ସକାଳ ସାଢ଼େ ୧୦ଟାରେ ଚାନ୍ଦବାଲି ନିର୍ବାଚନମଣ୍ଡଳୀର ଧାମରାଠାରେ ରୋଡ୍ ଶୋ' ଓ ଜନସଭାରେ ଯୋଗ ଦେବେ। ସାଢ଼େ ୨ଟାବେଳେ ଭଣ୍ଡାରୀପୋଖରୀଠାରେ ଜନସଭାକୁ ସମ୍ବୋଧିତ କରିବେ।
ସେହିପରି ଅଭିନେତା ଶ୍ରୀତମ ଦାସ ଆଜି ସକାଳ ୧୦ଟାରେ ଭଣ୍ଡାରୀପୋଖରୀ, ଅପରାହ୍ନ ୨ଟାରେ ଖଇରା ଓ ସିମୂଳିଆ ଏବଂ ସନ୍ଧ୍ୟା ୫ଟାରେ ଭଦ୍ରକ ସହରରେ ଅନୁଷ୍ଠିତ ରୋଡ୍ ଶୋ'ରେ ସାମିଲ ହେବେ।
ଏହି ନେତାମାନଙ୍କ ସମେତ ଅନ୍ୟ ଷ୍ଟାର ପ୍ରଚାରକମାନେ ମଧ୍ୟ ଦଳ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+