ଆସନ୍ତାକାଲି ଓଡ଼ିଶା ଆସିବେ ମୋଦି, ସୁରକ୍ଷାରେ ନିୟୋଜିତ ହେବେ ୧୩୩ ପ୍ଲାଟୁନ ଫୋର୍ସ
ଆସୁଛନ୍ତି ମୋଦି । ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ସରକାରର ବର୍ଷପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ମୋଦିଙ୍କ ଗସ୍ତ ପାଇଁ ପୋଲିସ କମିଶନର ଅଧ୍ୟକ୍ଷତାରେ ବସିଥିଲା ମସୀକ୍ଷା ବୈଠକ । ମୋଦିଙ୍କ ସୁରକ୍ଷାରେ ନିୟୋଜିତ ରହିବେ ୧୩୩ ପ୍ଲାଟୁନ ପୋଲିସ ଫୋର୍ସ । ଏହାସହ ୫୯ ଜଣ ଡିସିପି ରାଙ୍କର ଅଫିସର, ୩୩ ଜଣ ଅତିରିକ୍ତ ଡିସିପି, ୯୩ ଜଣ ଡିଏସପି, ୧୦୬ ଜଣ ଇନସପେକ୍ଟର ଏବଂ ୪୫୦ଜଣ ଅନ୍ୟ ପୋଲିସ କର୍ମଚାରୀ ନିୟୋଜିତ ରହିବେ ।

ଭୁବନେଶ୍ୱର ବିମାନବନ୍ଦରରୁ ଏଜି ଛକ, ଏଜି ଛକରୁ ରାଜ ଭବନ, ରାଜଭଵନରୁ ଗୋଳେଇରୁ ଜୟଦେବ ବିହାର ଏବଂ ଜୟଦେବବିହାର ଛକରୁ ଜନତା ମୈଦାନ ରହିବ ପ୍ରଧାନମନ୍ତ୍ରୀଙ୍କ ରୁଟ ଲାଇନ। କେବଳ ୨୫ ପ୍ଲାଟୁନ ଫୋର୍ସ ରୁଟ ଲାଇନରେ ମୁତୟନ ହେବେ । ରୁଫ ଟପ୍ ସୁରକ୍ଷା ବ୍ୟବସ୍ଥା ସହ ସାଧା ପୋଷାକରେ ପୋଲିସ ଅଫିସର ନିୟୋଜିତ ରହିବେ। ସେଣ୍ଟ୍ରାଲ ଏଜେନ୍ସିଙ୍କ ସହ କମିସନରେଟ ପୋଲିସ ମିଶି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି ।












Click it and Unblock the Notifications