ବିମାନବନ୍ଦରରୁ ଜନତା ମୈଦାନ ଯାଏଁ ବିଶାଳ ରୋଡ୍ ସୋ' କରିବେ ମୋଦି
ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ଜୁନ୍ ୨୦ରେ ଦିନ ୩ଟା ୪୦ରେ ଭୁବନେଶ୍ବରରେ ପହଞ୍ଚିବେ ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିବେ । ଦିନ ୩ଟା ୪୫ରୁ ୪ଟା ୧୫ ଯାଏଁ ରୋଡ୍ ସୋ'କାର୍ଯ୍ୟକ୍ରମରେ ହେବେ ସାମିଲ।
ବିମାନବନ୍ଦରରୁ ଜନତା ମୈଦାନ ଯାଏଁ ରୋଡ୍ ସୋ'ରେ ଯିବେ । ଅପରାହ୍ମ ସାଢେ ୫ଟା ଯାଏଁ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରହିବେ ।

ରାଜ୍ୟରେ ଭାଜପା ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମୋଦି ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ସଫଳ ହେବା ସଙ୍ଗେ ସଙ୍ଗେ ମୋଦିଙ୍କ ଗସ୍ତର ସଫଳ ପ୍ରଭାବ କିପରି ରହିବ ତାକୁ ନେଇ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଅପରେଶନ ସିନ୍ଦୂରର ସଫଳତା ପରେ ବିମାବନ୍ଦରଠାରୁ ପ୍ରଥମେ ତ୍ରିରଙ୍ଗାଯାତ୍ରା ହେବ।












Click it and Unblock the Notifications