Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାରୁ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କଲେ ମୋଦି, କହିଲେ ଆପଣ ପରିବାର ପାଇଁ ବଞ୍ଚନ୍ତି, ମୋଦି ଦେଶ ପାଇଁ ବଞ୍ଚେ

ମୋଦି ଚଣ୍ଡିଖୋଲରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ମେରା ଭାରତ ମେରା ପରିବାର। ମୋଦି ଆହୁରି କହିଥିଲେ ଯେ, କିଛି ଲୋକଙ୍କୁ ଆମ ନୀତି, ନିଷ୍ଠାପର ପସନ୍ଦ ଆସୁନି । ଇଣ୍ଡିଆ ମେଣ୍ଟର ଲୋକମାନେ ଏବେ ମୋଦିକୁ ସମାଲୋଚନା କରୁଛନ୍ତି । ମୋଦିର ପରିବାର ନାହିଁ ବୋଲି ସେମାନେ କହୁଛନ୍ତି । ଇଣ୍ଡିଆ ମେଣ୍ଟର ବିଚାରଧାରା ପରିବାର ପ୍ରଥମ । ମୋଦିର ବିଚାରଧାରା ଦେଶ ପ୍ରଥମ କହିଲେ ପ୍ରଧାନମନ୍ତ୍ରୀ ।

ଆପଣମାନେ ପରିବାର ପାଇଁ ବଞ୍ଚନ୍ତି, ମୋଦି ଦେଶ ପାଇଁ ବଞ୍ଚେ ବୋଲି ମୋଦି କହିଥିଲେ । ମୋଦି କୋଟି କୋଟି ପୁଅଝିଅଙ୍କ ଭଲ ଭବିଷ୍ୟତ ଚିନ୍ତା କରେ । ସେ ଆହୁରି କହିଥିଲେ ଇଣ୍ଡିଆ ମେଣ୍ଟର ଲକ୍ଷ୍ୟ ମୋଦିକୁ ହଟାଇବା ହେଲେ ମୋଦିର ଲକ୍ଷ୍ୟ ଭାରତକୁ ତୃତୀୟ ବୃହତ୍ତମ ଅର୍ଥନୀତି କରିବା। ସେମାନେ ନିଜ ପରିବାର ପାଇଁ ବଡ଼ ବଡ଼ ମହଲ ବନାଉଛନ୍ତି ବୋଲି ମୋଦି କହିଥିଲେ ।

narendra modi

ମୋଦି ଗରିବ ଲୋକଙ୍କ ପାଇଁ ପକ୍କା ଘର ବନାଉଛି । ସେମାନେ ନିଜେ ଧନୀ ହେଉଛନ୍ତି, ମୋଦି ୨୫ କୋଟିଙ୍କୁ ଗରିବୀରୁ ମୁକ୍ତି ଦେଇଛି ।
ମୋଦିର ନାରା ମେରା ଭାରତ ମେରା ପରିବାର । ଏହି କଥା ଏ ପରିବାରବାଦୀଙ୍କୁ ଭାରି କଷ୍ଟ ଦେଉଛି ବୋଲି ମୋଦି କହିଥିଲେ ।

କାଲିଠାରୁ କୋଟି କୋଟି ଲୋକ ମୁଁ ମୋଦି ପରିବାରର କହୁଛନ୍ତି । ଓଡ଼ିଶାରେ ଅଧିକରୁ ଅଧିକ ପଦ୍ମଫୁଲ ଫୁଟାଇବେ ବୋଲି ଆଶା ବୋଲି ମୋଦୀ କହିଥିଲେ ।

ଭୁବନେଶ୍ୱର ଛାଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନବନ୍ଦରରେ ବିଦାୟ ଦେଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ପ୍ରାୟ ୨୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପ ଭେଟି ଦେଲେ। ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+