ରତ୍ନଭଣ୍ଡାର ଘଟଣାକୁ ନେଇ ଟାର୍ଗେଟ୍ କଲେ ମୋଦୀ
PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଫୁଲବାଣୀରେ ଏକ ସାଧାରଣ ସଭାକୁ ସଂବୋଧନ କରିଛନ୍ତି । ଏହି ସମୟରେ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏବଂ ସିଧାସଳଖ କଂଗ୍ରେସ ଏବଂ ରାଜ୍ୟ ସରକରାଙ୍କ ଉପରେ ବର୍ଷିଛନ୍ତି । ନିଜ ଅଭିଭାଷଣରେ ସେ ରାଜ୍ୟ ସରକାରଙ୍କୁ ରତ୍ନଭଣ୍ତାର ପ୍ରସଙ୍ଗକୁ ନେଇ ଘେରିଛନ୍ତି । ପୂର୍ବରୁ ମଧ୍ୟ ସେ ନବୀନ ସରକାରଙ୍କୁ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆକ୍ରମଣ କରିଛନ୍ତି ।
ଫୁଲବାଣୀରେ ବିଶାଳ ଜନସଭାକୁ ସମ୍ବୋଧନ କରି ବିଜେଡିକୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ବିନା ଆମର ଜୀବନ ହିଁ ନାହିଁ। ଜଗନ୍ନାଥ ଅଛନ୍ତି ତ ଆମ ଜୀବନ ଅଛି । ରତ୍ନଭଣ୍ଡାର ମୂଲ୍ୟାଙ୍କନ ୪୫ ବର୍ଷ ତଳେ ହୋଇଥିଲା । ଗତ ୪୦ ବର୍ଷରୁ ଅଧିକ ହେଲାଣି ରତ୍ନଭଣ୍ଡାର ଖୋଲାନାହିଁ । ତେବେ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ଚାବି ଗତ ୬ ବର୍ଷ ହେବ କିପରି ମିଳୁ ନାହିଁ । ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ମଧ୍ୟ ଠିକ୍ ଭାବେ ରଖି ପାରୁନାହାନ୍ତି ରାଜ୍ୟ ସରକାର। ଚାବି କିପରି ହଜିଲା ବା କୁଆଡେ ଗଲା ତାହା ଜାଣିବା ଅଧିକାର ଆପଣଙ୍କର ଅଛି।

ସେ ଆହୁରି କହିଛନ୍ତି, କିଛି ଦନି ପୂର୍ବରୁ ରାଜ୍ୟ ସରକାର କହିଲେ ଡୁପ୍ଲିକେଟ ଚାବି ମିଳିଲା । ହେଲେ ଡୁପ୍ଲିକେଟ ଚାବି କ'ଣ ପାଇଁ ତିଆରି କରାଯାଇଥିଲା । ମୋଦୀ ପ୍ରଶ୍ନ କରିଛନ୍ତି ଡୁପ୍ଲିକେଟ ଚାବିରେ କେହି ରତ୍ନ ଭଣ୍ଡାର ଖୋଲୁ ନ ଥିଲା ତ । ତେବେ ଡୁପ୍ଲିକେଟ ଚାବି ଏକ ବଡ଼ ପ୍ରଶ୍ନ ସୃଷ୍ଚି କରୁଛି । ତେବେ ଏହି ପ୍ରସଙ୍ଗ ପାଇଁ ଏକ କମିଟି ଗଠନ କରାଯାଇଥିଲା ହେଲେ ରିପୋର୍ଟ କ'ଣ ପାଇଁ ସାର୍ବଜନୀନ ହେଲା ନାହିଁ । ତେବେ ବିଜେପି ଆସିଲେ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ରାରର ମର୍ଯ୍ୟାଦା ପ୍ରତିଷ୍ଠା ହେବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ମୋଦୀ ।












Click it and Unblock the Notifications