ଆଜି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋଦି,ଶାହ

Odisha News: ଆଜି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱରରେ ଡିଜିପି ସମ୍ମିଳନୀରେ ଯୋଗ ଦେବେ ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ।

PM Modi Odisha Visit

୬ଟା ୩୦ରେ ଦଳର ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଭିନ୍ନ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ରାତ୍ରିଭୋଜନ ମଧ୍ୟ କରିବେ ବୋଲି ମନମୋହନ କହିଛନ୍ତି। ମିଳିଥିବା ସୂଚନା ମୁତାବକ, ଶାହା ମଧ୍ୟ ଏହି ଅବସରରେ ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ରହିପାରନ୍ତି ।

ସୂଚନା ଅନୁସାରେ, ୨୯ ତାରିଖ ଅପରାହ୍ନ ୪ଟା ୨୦ରେ ବିମାନବନ୍ଦର ରେ ପହଞ୍ଚିବେ। ୪ଟା ୩୦ରୁ ୫ଟା ପର୍ଯ୍ୟନ୍ତ ବିମାବନ୍ଦରରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ୫ଟାରୁ ରାଜଭବନ ଅଭିମୁଖେ ଗସ୍ତ କରିବେ। ୫ଟା ୧୫ରୁ ୬ଟା ୧୫ ପର୍ଯ୍ୟନ୍ତ ରାଜଭବନରେ ରହିବେ। ୬ଟା ୨୦ରୁ ରାଜଭବନରୁ ବାହାରି ଭାଜପା ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବେ। ସେଠାରେ ଦଳର ବିଧାୟକ, ମନ୍ତ୍ରୀ, ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଏମ୍‌ପିମାନଙ୍କ ସହ ବୈଠକ କରିବେ। ଏହି ଅବସରରେ ସେ ଉଭୟ ଦଳ ଓ ସରକାରୀ କାର୍ଯ୍ୟକ୍ରମ ନେଇ ସମୀକ୍ଷା କରିବେ।

୭ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ରାତ୍ରିଭୋଜନ କରିବେ। ୮ଟା ୩୦ରେ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ୮ଟା ୪୫ରେ ରାଜଭବନରେ ପହଞ୍ଚିବେ। ସେଠାରେ ରାତ୍ରିଯାପନ କରିବେ। ଏହାପରେ ୩୦ ତାରିଖ ସକାଳ ୮ଟା ୩୦ରେ ରାଜଭବନରୁ ବାହାରି ସିଧାସଳଖ ଲୋକସେବା ଭବନ କନ୍‌ଭେନସନ ସେଣ୍ଟରଠାରେ ଆୟୋଜିତ ଡିଜିପି ସମ୍ମିଳନୀରେ ଯୋଗଦେବେ। ସେଠାରେ ସେ ରାତି ୮ଟା ପର୍ଯ୍ୟନ୍ତ ରହିବେ। ଏହାପରେ ସେ ରାତି ୮ଟାରେ ସିଧାସଳଖ ରାଜଭବନ ଯିବେ।

ସେହିପରି ୧ ତାରିଖ ସକାଳ ୮ଟା ୨୫ରେ ରାଜଭବନରୁ ବାହାରି ୮ଟା ୩୦ରେ ଡିଜିପି ସମ୍ମିଳନୀରେ ଯୋଗଦେବେ। ୪ଟା ୧୫ ପର୍ଯ୍ୟନ୍ତ କନ୍‌ଭେନସନ ସେଣ୍ଟରଠାରେ ରହିବେ। ୪ଟା ୩୦ରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି। ଉଭୟ ମୋଦି ଏବଂ ଶାହାଙ୍କ ଓଡ଼ିଶାରେ ୩ ଦିନ ଅବସ୍ଥାନକୁ ନେଇ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+