ଓଡ଼ିଶା ଅଭିମୁଖେ ବାହାରିଲେ ମୋଦି; ନାରୀଶକ୍ତିକୁ ଆର୍ଥିକ କ୍ଷେତ୍ରରେ ସ୍ବାଧୀନତା ଦେବ ସୁଭଦ୍ରା ଯୋଜନା
ଓଡ଼ିଶା ଅଭିମୁଖେ ବାହାରିଲେ ମୋଦି । ସୋସିଆଲ୍ ମିଡିଆରେ ସୂଚନା ଦେଲେ । Xରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ । ଓଡ଼ିଶା ପାଇଁ ବାହାରିଥିବା ଲେଖିଛନ୍ତି । 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କରିବେ ଗୁଜରାଟରୁ ଭୁବନେଶ୍ବର ପାଇଁ ବାହାରିଲେ ।
ଓଡ଼ିଶା ଗସ୍ତ ପୂର୍ବରୁ ଟ୍ବିଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁଭଦ୍ରା ଯୋଜନାର ଶୁଭାରମ୍ଭ ନେଇ ଉତ୍ସାହିତ ଥିବା କହିଲେ। ସୁଭଦ୍ରା ଯୋଜନା ନାରୀ ସଶକ୍ତୀକରଣକୁ ଆଗକୁ ବଢ଼ାଇବ। ନାରୀଶକ୍ତିକୁ ଆର୍ଥିକ କ୍ଷେତ୍ରରେ ସ୍ବାଧୀନତା ଦେବ ବୋଲି ଲେଖିଲେ ମୋଦି।

ଜନ୍ମଦିନ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦି । ସୁଭଦ୍ରା ଟଙ୍କା ବାଣ୍ଟିବେ ମୋଦି । ମହିଳାଙ୍କୁ ମିଳିବ ୫୦ ହଜାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ଜନ୍ମଦିନ ଅବସରରେ ରାଜ୍ୟବାସୀଙ୍କୁ ଏହି ଯୋଜନା ଭେଟି ଦେବାକୁ ଆସୁଛନ୍ତି। ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରଣ କରିବାକୁ ବିଜେପି ସରକାର ଜୋରଦାର୍ ପ୍ରସ୍ତୁତି କରିଛି। ଏନେଇ ଜନତା ମଇଦାନରେ ବିରାଟ ଜନସଭାର ଆୟୋଜନ କରାଯାଇଛି । ଏଥିରେ ପ୍ରାୟ ୭୦ହଜାର ଲୋକ ସାମିଲ୍ ହେବାକୁ ଥିବାବେଳେ ପ୍ରତି ଗାଁ, ପଞ୍ଚାୟତ, ସହରାଞ୍ଚଳର ପ୍ରାୟ ୫୦ହଜାର ମହିଳା ଏଥିରେ ସାମିଲ୍ ହେବେ ।
Leaving for Bhubaneswar.
It is very special to be among the wonderful people of Odisha to launch SUBHADRA, an important scheme of the Odisha Government. This scheme will boost women empowerment and ensure financial independence for our Nari Shakti.
Several other works will…
— Narendra Modi (@narendramodi) September 17, 2024
'ସୁଭଦ୍ରା' ଯୋଜନା ଆରମ୍ଭ କରି ମୋଦୀ ସୁଇଚ୍ ଟିପି ପ୍ରାୟ ୧୦ଲକ୍ଷ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ଲେଖାଏ ପଠାଇବେ । ହିତାଧିକାରୀଙ୍କ ଆଧାର ସକ୍ଷମ ଏବଂ ଡିବିଟି ସକ୍ଷମ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଜମା ହେବ ।
ପ୍ରଥମଥର ଓଡ଼ିଶାରେ ଜନ୍ମଦିନ ପାଳିବେ
ଓଡ଼ିଶାକୁ ୨୮୭୧କୋଟିର ରେଳ, ହଜାରେ କୋଟିର ଜାତୀୟ ରାଜପଥ ପ୍ରକଳ୍ପ ଭେଟି ଦେବେ ମୋଦି। ୧୪ଟି ରାଜ୍ୟର ୧୦ଲକ୍ଷ ପିଏମ୍-ଆବାସ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି। ଗାଡ଼କଣରେ ପିଏମ୍-ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇବେ ମୋଦି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଓଡ଼ିଶାରେ ତାଙ୍କ ଜନ୍ମଦିନ ପାଳନ କରିବେ। ଏଥିପାଇଁ ଓଡ଼ିଶା ବିଜେପି ଓ ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ୨୮୭୧କୋଟି ଟଙ୍କାର ରେଳ ପ୍ରକଳ୍ପ ଭେଟିଦେବେ। ଏଥିରେ ରେଳ ଭିତ୍ତିଭୂମିର ଶିଳାନ୍ୟାସ ଓ ଉଦ୍ଘାଟନ ପ୍ରକଳ୍ପ ଅଛି। ଏହାସହ ୧ହଜାର କୋଟିରୁ ଅଧିକ ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ। କେବଳ ଓଡ଼ିଶା ପାଇଁ ନୁହେଁ, ଏହି ମଞ୍ଚରୁ ପ୍ରଧାନମନ୍ତ୍ରୀ ୧୪ଟି ରାଜ୍ୟର 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ' ଅଧୀନରେ ପ୍ରାୟ ୧୦ଲକ୍ଷ ହିତାଧିକାରୀଙ୍କୁ ସହାୟତାର ପ୍ରଥମ କିସ୍ତି ପ୍ରଦାନ କରିବେ। ଏହି ଅବସରରେ ସାରା ଦେଶର ପିଏମ୍ଏୱାଇ (ଗ୍ରାମୀଣ ଓ ସହରାଞ୍ଚଳ)ର ୨୬ଲକ୍ଷ ହିତାଧିକାରୀଙ୍କ ପାଇଁ ଗୃହପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଗାଡ଼କଣରେ ପିଏମ୍ ଆବାସ ଯୋଜନା (ସହରାଞ୍ଚଳ)ରେ ନିର୍ମାଣ ହୋଇଥିବା ଏକ ଘରର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କୁ ଘରର ଚାବି ପ୍ରଦାନ କରିବା ସହ ଗୃହପ୍ରବେଶ କରାଇବେ। ଏହାସହ ୧୦ଜଣ ହିତାଧିକାରୀ ଏବଂ ୧୦ଜଣ ମହିଳା ଏସ୍ଏଚ୍ଜି ସଦସ୍ୟାଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ସୁଭଦ୍ରା ଯୋଜନାରେ (୨୧ରୁ ୬୦ବର୍ଷ ପର୍ଯ୍ୟନ୍ତ) ୧କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ହିସାବରେ ୫ବର୍ଷରେ ୫୦ହଜାର ଟଙ୍କା ମିଳିବ। ଏଥିପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୦ଲକ୍ଷ ମହିଳା ଆବେଦନ କରିସାରିଲେଣି। ହେଲେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୧୦ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବା ପରେ ବାକି ହିତାଧିକାରୀଙ୍କୁ ଟଙ୍କା ପଠାଯିବ ବୋଲି ନିଷ୍ପତ୍ତି ହୋଇଛି।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications