ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣିଲେ ମୋଦି, UPI ମାଧ୍ୟମରେ କଲେ ପେମେଣ୍ଟ୍

ଜଗା ପ୍ରେମରେ ମୋଦି । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ମହାରାଷ୍ଟ୍ରର ୱାର୍ଦ୍ଧା ଗସ୍ତ ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହିତ ୧ ଲକ୍ଷ ପିଏମ୍‌ ବିଶ୍ୱକର୍ମାଙ୍କୁ ଦକ୍ଷତା ପ୍ରମାଣପତ୍ର ଏବଂ ୭୫ ହଜାର ହିତାଧିକାରୀଙ୍କୁ ଋଣ ପାଇଁ ମଞ୍ଜୁରୀ ଦେଇଛନ୍ତି। ଏହି ଅବସରରେ କାରିଗର ମାନଙ୍କ ଷ୍ଟଲ ପରିଦର୍ଶନ କରିବା ବେଳେ ଜଣେ କାରିଗରଙ୍କ ନିକଟରୁ ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି କିଣିଛନ୍ତି।

narendra modi

ପ୍ରଧାନମନ୍ତ୍ରୀ କାରିଗରଙ୍କ ସହିତ ପ୍ରଥମେ କଥା ହୋଇଥିଲେ ଏହାପରେ ତାଙ୍କଠାରୁ ମହାପ୍ରଭୁଙ୍କର ଏକ ପ୍ରତିମୂର୍ତ୍ତି କିଣି QR କୋଡ୍ ସ୍କାନ୍ କରି UPI ମାଧ୍ୟମରେ ଡିଜିଟାଲ୍ ପେମେଣ୍ଟ୍ ମଧ୍ୟ କରିଥିଲେ। ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କର ପ୍ରତିମା କିଣିବା ଏବଂ ଡିଜିଟାଲ ପେମେଣ୍ଟ କରିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଅନେକ ପ୍ରଧାନମନ୍ତ୍ରୀଙ୍କର ଏଭଳି ବ୍ୟବହାରକୁ ପ୍ରଶଂସା କରୁଛନ୍ତି ଏବଂ ଏହାକୁ କାରିଗରମାନଙ୍କ କଠିନ ପରିଶ୍ରମକୁ ସ୍ୱୀକାର କରିବା ପାଇଁ ତାଙ୍କର 'ଅତିରିକ୍ତ ପ୍ରୟାସ' ବୋଲି ବର୍ଣ୍ଣନା କରୁଛନ୍ତି।

ସୂଚନାଯୋଗ୍ୟ ବିଶ୍ୱକର୍ମା ଯୋଜନାରେ ୧୮ଟି ବର୍ଗରେ ଲାଭାର୍ଥୀମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ୧୫ ହଜାର
ଟଙ୍କା ଲେଖାଏଁ ସରକାର ଦେଇଥାନ୍ତି । ଅଣପଞ୍ଜୀକୃତ କ୍ଷେତ୍ରରେ କୁଶଳୀ କାରିଗରମାନଙ୍କର ଦକ୍ଷତା ବୃଦ୍ଧି ସହିତ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ପିଏମ୍‌ ବିଶ୍ୱକର୍ମା ଯୋଜନାରେ ମୂର୍ତ୍ତି କାରିଗର ବା କୁମ୍ଭକାର, କମାର, ବଢ଼େଇ, ସ୍ୱର୍ଣ୍ଣକାର ଓ ରାଜମିସ୍ତ୍ରିଙ୍କ ସମେତ ୧୮ଟି ବର୍ଗର କାରିଗର ଓ ହସ୍ତଶିଳ୍ପୀ ଉପକୃତ ହେଉଛନ୍ତି । ଏହି ଯୋଜନା ହେଉଛି ଗୁରୁଶିଷ୍ୟ ପରମ୍ପରା ଏବଂ ପାରମ୍ପରିକ କୌଳିକ ବୃତ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଅନୁଦାନରେ ୨୦୨୩ ମସିହାରୁ ଆରମ୍ଭ
ହୋଇଥିବା ଏହି ଯୋଜନା ୨୦୨୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିପାଇଁ ସରକାର ୧୩ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ପିଏମ୍‌ ବିଶ୍ୱକର୍ମା ଯୋଜନାରେ ଶିଳ୍ପୀ ଓ କାରିଗରମାନଙ୍କୁ ୫ ପ୍ରତିଶତ
ରିହାତି ସୁଧ ହାର ସହିତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ସାର୍ଟିଫିକେଟ ଏବଂ ହିତାଧିକାରୀମାନଙ୍କୁ ପ୍ରଥମ କିସ୍ତିରେ ୧ ଲକ୍ଷ ଟଙ୍କା ଏବଂ ଦ୍ୱିତୀୟ କିସ୍ତିରେ ୨ ଲକ୍ଷ ଟଙ୍କା ଲେଖାଏଁ ବନ୍ଧକମୁକ୍ତ ଋଣ ସହାୟତା ପ୍ରଦାନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+