ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା , ଏସଆରସି ଦେଲେ ସୂଚନା
ODISHA FLOOD 2022: Moderate Flood Likely Situation Over Mahanadi Banks : SRCମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା , ଏସଆରସି ଦେଲେ ସୂଚନା
ଭୁବନେଶ୍ୱର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା । ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା । ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ବନ୍ୟା ଜଳ ମୁଣ୍ତଳି ଦେଇ ଅତିକ୍ରମ କରିବ । ମୁଣ୍ତଳି ଦେଇ ଦଶରୁ ସାଢେ ଦଶ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ବର୍ତ୍ତମାନ ଝାଇରମାଳରେ ଏବେ ୯.୫୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ୨୦୧ ୯ରେ ମଧ୍ୟ ଏପରି ସ୍ଥିତି ଦେଖାଦେଇଥିଲା ହେଲେ ବିଶେଷ କ୍ଷତି ହୋଇ ନଥିଲା ଚଳିତ ବର୍ଷ ମଧ୍ୟ ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି SRC । କେନ୍ଦ୍ରାପଡ଼ା , ପୁରୀ , ଖୋର୍ଦ୍ଧା ,ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇପାରେ । ସେପଟେ ଦକ୍ଷିଣ ଓଡ଼ିଶା ନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ଏସଆରସି ।

ତେବେ ଲଗାଣ ବର୍ଷା ଯୋଗୁଁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଛି । ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଛି । ଯାହାଫଳରେ ସରାଡିହି ଠାରେ ୬.୫୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏବେ ହୀରାକୁଦର ୩୪ଟି ଗେଟ୍ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ତେବେ କେନ୍ଦ୍ରାପଡ଼ା , ପୁରୀ , ଖୋର୍ଦ୍ଧା ,ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇପାରେ ଯେଉଁଥି ପାଇଁ ୭ଟି ଓଡ୍ରାଫ୍, ୩ଟି ଏନଡିଆରଏଫ ଟିମ୍ ଓ ୧୨ଟି ଅଗ୍ନିଶମ ଟିମ୍ ନିୟୋଜିତ କରାଯିବ । ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁରକୁ ଅଧିକ ଅଗ୍ନିଶମ ଟିମ୍ ପଠାଯିବା ନେଇ ସୂଚନା ରହିଛି ।












Click it and Unblock the Notifications