ମୋଦକ ଚୋରି ମାମଲା ; କିଛି ଲୋକ ବାହାଦୁରୀ ନେବାକୁ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି, ଆଇନ ମନ୍ତ୍ରୀ
ମହାପ୍ରଭୁଙ୍କ ମୋଦକ ଚୋରି ଅଭିଯୋଗକୁ ଆଇନ ମନ୍ତ୍ରୀ ଖଣ୍ଡନ କରିଛନ୍ତି । କିଛି ଲୋକ ବାହାଦୁରୀ ନେବାକୁ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି' ବୋଲି ସେ କହିଛନ୍ତି । ମୋଦକ ଚୋରି ହୋଇନି, ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରି ସାରିଛନ୍ତି' । ମୋଦକ କେବେ ଗଣତି ବି ହୁଏ ନାହିଁ ବୋଲି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ବାହାଦୁରୀ ନେବାକୁ କହିଥିଲେ କାର୍ଯ୍ୟାନୁଷ୍ଠାନ ହେବ ।

ସୂଚନା ମୁତାବକ, ମହାପ୍ରଭୁଙ୍କ ଅଣସର ଘରେ ତିନି ଠାକୁରଙ୍କ ପାଇଁ ଉଦ୍ଦିଷ୍ଟ ଦଶମୂଳ ମୋଦକ ଚୋରି ହୋଇଗଲା ବୋଲି ଅଭିଯୋଗ ଆଣିଛନ୍ତି ଦଇତା ସେବକ । ଫଳରେ ଶ୍ରୀଜିଉଙ୍କୁ ଲାଗି ହୋଇଛି ମାରା ମୋଦକ । ଠାକୁରଙ୍କ ପାଇଁ ଆସିଥିବା ମୋଦକରୁ ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ।
କହିରଖୁଁ, ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜ୍ବରରେ ପଡ଼ନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ପାରମ୍ପରିକ ପଦ୍ଧତିରେ ଆରମ୍ଭ ହୁଏ ଚିକିତ୍ସା ନୀତି । ଫୁଲୁରି ତେଲ ଲାଗି ପରେ ରାଜବୈଦ୍ୟ ଦଶମୂଳ ମୋଦକ ଗାରଦରେ ଦାଖଲ କରିବାର ପରମ୍ପରା ରହିଛି । ଏହି କ୍ରମରେ ରାଜବୈଦ୍ୟ ମୋଟ ୩୧୩ଟି ମୋଦକ ଦାଖଲ କରିଥାନ୍ତି । କିନ୍ତୁ ଏଥିରୁ ୭୦ଟି ମୋଦକ କମ୍ ଥିବା ଅଭିଯୋଗ ହୋଇଛି । ୩୧୩ ସ୍ଥାନରେ ୨୪୩ଟି ମୋଦକ ମହାପ୍ରଭୁଙ୍କୁ ଲାଗି କରାଯାଇଥିବା ଅଭିଯୋଗ ଆଣିଛନ୍ତି ହଳଧର ଦାସ ମହାପାତ୍ର । ୭୦ଟି ମୋଦକ ଚୋରି ହୋଇଛି । ଏହାକୁ ନେଇ ଚାଲିଛି ଘଣ୍ଟାଚକଟା ।












Click it and Unblock the Notifications