ଓଡ଼ିଶାରେ ୧୨ଟି ସ୍ଥାନରେ ମକ୍‌ଡ୍ରିଲ୍‌ ; ଏହି ସବୁ ସ୍ଥାନ ଗୁରୁତ୍ବପୂର୍ଣ୍ଣ

ଓଡ଼ିଶାରେ ହେବ ମକଡ୍ରିଲ୍ । ପ୍ରତିରକ୍ଷା ଦୃଷ୍ଟିକୋଣରୁ ଓଡ଼ିଶା ବେଶ ଗୁରୁତ୍ବ ବହନ କରୁଛି । ବାଲେଶ୍ବର ଚାନ୍ଦିପୁରରେ ରହିଛି ITR କ୍ଷେପଣାସ୍ତ୍ର ଘାଟି। ଧାମରାରେ ଅଛି ଅବଦୁଲ କାଲାମ ହ୍ବିଲର ଦ୍ବୀପ । ସୁନାବେଡ଼ାରେ ରହିଛି ମିଗ୍ ବିମାନ କାରଖାନା । ତେଣୁ ପ୍ରତିରକ୍ଷା ଦୃଷ୍ଟିକୋଣରୁ ଓଡ଼ିଶା ବି ଗୁରୁତ୍ବ ବହନ କରୁଛି । ଏସବୁ ସ୍ଥାନରେ ସୁରକ୍ଷା ଦୃଷ୍ଟିକୋଣରୁ ମକଡ୍ରିଲ କରାଯିବାର ସୂଚନା ରହିଛି ।


ପହଲଗାମ ଘଟଣାକୁ ନେଇ ସାରା ଦେଶ ଚଳଚଞ୍ଚଳ ଥିବା ବେଳେ ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଛି ତତ୍ପରତା। ଆସନ୍ତାକାଲି ଓଡ଼ିଶାର ବିଭିନ୍ନ ସ୍ଥାନରେ ମକଡ୍ରିଲ କରାଯିବ । ରାଜ୍ୟର ୧୨ ଟି ସ୍ଥାନରେ ଏହି ମକଡ୍ରିଲ କରାଯିବ ବୋଲି ଗୁଇନ୍ଦା ପକ୍ଷରୁ ସୂଚନା ମିଳିଛି । ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କେନ୍ଦ୍ରାପଡା, ପୁରୀ, ଗୋପାଳପୁର, ପାରାଦୀପ, ଭଦ୍ରକରେ ହୋଇପାରେ ମକଡ୍ରିଲ। ଯେଉଁଥିଲେ ସିଭିଲିଆନ ବା ସାଧାରଣ ଲୋକଙ୍କୁ ସଚେତନ କରାଯିବ। ଏଭଳି ପରିସ୍ଥିତି ଉପୁଜିଲେ କେମିତି ତାହାକୁ ସାଧାରଣ ଲୋକେ ମୁକାବିଲା କରିବେ ତାକୁ ନେଇ ସତର୍କ କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଏକ ସୂଚନା ମିଳିବା ପରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଓଡିଶା ପୁଲିସ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଓଡ଼ିଶା ପୁଲିସ ପକ୍ଷରୁ ଏଯାବତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ବଢ଼ିଲା ଯୁଦ୍ଧ ସମ୍ଭାବନା । ମେ ୭ରେ ପ୍ରତିରକ୍ଷା ପ୍ରସ୍ତୁତି ଡ୍ରିଲ କରିବେ କିଛି ରାଜ୍ୟ । ମକ୍ ଡ୍ରିଲ ପାଇଁ ନିର୍ଦ୍ଦେଶ ଦେଇଛି ଗୃହ ମନ୍ତ୍ରାଳୟ। ଯୁଦ୍ଧ ସମୟରେ କି ପଦକ୍ଷେପ ନେବାକୁ ହେବ ତାକୁ ନେଇ ଏହି ମକ୍ ଡ୍ରିଲ। ଏୟାର ରେଡ୍ ୱାର୍ଣ୍ଣିଂ ସାଇରନ୍ ବାଜିଲେ କଣ କରିବାକୁ ହେବ, ତା ଉପରେ ମକ ଡ୍ରିଲ ହେବ ।

ସେହିପରି ସାଧାରଣ ନାଗରିକ, ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ। ଯୁଦ୍ଧ ସମୟରେ ସେମାନେ ନିଜକୁ କିଭଳି ରକ୍ଷା କରିବେ ସେ ନେଇ ତାଙ୍କୁ ତାଲିମ ଦିଆଯିବ । ରାତିରେ କିଭଳି ସହରକୁ ସଂପୂର୍ଣ୍ଣ ସନ୍ଧାର କରାଯିବ, ସେନେଇ ମକ ଡ୍ରିଲ ହେବ। ସେହିପରି ଆବଶ୍ୟକ ସ୍ଥଳେ ଲୋକଙ୍କୁ ଖାଲି କରାଯିବ । ଏହି ପ୍ଲାନିଂ କିଭଳି ହେବ, ମକଡ୍ରିଲ ବେଳେ ତାର ରିହରସାଲ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+