ରାଜ୍ୟର ୧୨ଟି ଜିଲ୍ଲାର ବାତ୍ୟା ଆଶ୍ରୟସ୍ଥଳୀରେ ମକ୍ ଡ୍ରିଲ୍ ବ୍ୟବସ୍ଥା
ରାଜ୍ୟର ୧୨ଟି ଜିଲ୍ଲାର ବାତ୍ୟା ଆଶ୍ରୟସ୍ଥଳୀରେ ମକ୍ ଡ୍ରିଲ୍ ବ୍ୟବସ୍ଥା । ସୂଚନା ଦେଲେ OSDMA ନିର୍ଦ୍ଦେଶକ କମଳ ଲୋଚନ ପଣ୍ଡା। ମକ୍ ଡ୍ରିଲ୍ରେ ଟ୍ୟାକ୍ସ ଫୋର୍ସ ଓ ସମସ୍ତ ସଦସ୍ୟ ସାମିଲ୍ ହେବେ । ୪୮୦ କିମି ବେଳାଭୂମିରେ ଯେଉଁ ସାଇରନ୍ ଲାଗିଛି, ତାକୁ ବଜାଯିବ । ମକ୍ ଡ୍ରିଲ୍ରେ ସାମିଲ ହେବେ ୪ ହଜାର ଆପଦ ମିତ୍ର ସ୍ୱେଚ୍ଚାସେବୀ। ଆସନ୍ତା କାଲି ୪ଟାରେ ଚାରି ପାଞ୍ଚ ମିନିଟ୍ ଯାଏଁ ସାଇରନ୍ ବାଜିବ । ପ୍ରାୟ ୧୫ ମିନିଟ୍ରୂ ଅଧିକ ନିଜକୁ ସୁରକ୍ଷିତ ରଖିବାକୁ ପରାମର୍ଶ । ମକ୍ ଡ୍ରିଲ୍ ସମୟରେ ଜରୁରୀକାଳୀନ ସେବା ବନ୍ଦ ହେବନି ।
ବୁଧବାରଠାରୁ ମକ୍ ଡ୍ରିଲ ହେବାକୁ ଥିବା ବେଳେ ଓଡ଼ିଶାରେ କେଉଁ ସ୍ଥାନରେ ଏବଂ କିଭଳି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,କାଲିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି ମକ୍ ଡ୍ରିଲ କାର୍ଯ୍ୟକ୍ରମ ଚାଲିବ। ଉପକୂଳବର୍ତ୍ତୀ ଜିଲା, ସହରାଞ୍ଚଳରେ ହେବ ମକ ଡ୍ରିଲ ହେବ। ଅପରାହ୍ନ ୪ଟାରେ ମକ ଡ୍ରିଲ ପାଇଁ ସାଇରନ ବାଜିବ। ଶତ୍ରୁ ପକ୍ଷ ବିମାନ ଆକ୍ରମଣ କଲେ କ'ଣ କରାଯିବ ଜଣାଇ ଦିଆଯିବ। ପ୍ରାୟ ୫ ମିନିଟ ଧରି ସାଇରନ ବାଜିବ, ମକ ଡ୍ରିଲ ଆରମ୍ଭ ହେବ। ପୁଣି ସାଇରନ ବାଜିଲେ ମକ ଡ୍ରିଲ ସରିଲା ବୋଲି ଜଣାଇ ଦିଆଯିବ। ସାଧାରଣତଃ କଂକ୍ରିଟ ଛାତ ତଳେ ରହିବାକୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି।

ଓଡ଼ିଶାର କେଉଁ ସ୍ଥାନରେ ହେବ ମକ୍ ଡ୍ରିଲ?
ତାଳଚେର
ବାଲେଶ୍ୱର
କୋରାପୁଟ
ଭୁବନେଶ୍ୱର
ଗୋପାଳପୁର
ହୀରାକୁଦ
ପାରାଦୀପ
ରାଉରକେଲା
ଭଦ୍ରକ
ଢେଙ୍କାନାଳ
ଜଗତସିଂପୁର
କେନ୍ଦ୍ରାପଡ଼ା
ଭଦ୍ରକ
ଢେଙ୍କାନାଳ
ଜଗତସିଂପୁର












Click it and Unblock the Notifications