ସ୍ମାର୍ଟ ସିଟିରେ ପୁଣି ଗଡ଼ିବ ‘ମୋ ସାଇକେଲ୍’

ରାଜଧାନୀରେ ସାଇକେଲ ଚାଳକଙ୍କ ପାଇଁ ଖୁସି ଖବର। ସ୍ମାର୍ଟସିଟିରେ ପୁଣି ପୂର୍ବଭଳି ଚାଲିବ ସମସ୍ତ ମୋ ସାଇକେଲ। ସ୍ମାର୍ଟସିଟି ସିଇଓ ସଞ୍ଜୟ ସିଂ ଏହି ସୂଚନା ଦେଇଛନ୍ତି ।

ଭୁବନେଶ୍ୱର: ରାଜଧାନୀରେ ସାଇକେଲ ଚାଳକଙ୍କ ପାଇଁ ଖୁସି ଖବର। ସ୍ମାର୍ଟସିଟିରେ ପୁଣି ପୂର୍ବଭଳି ଚାଲିବ ସମସ୍ତ ମୋ ସାଇକେଲ। ସ୍ମାର୍ଟସିଟି ସିଇଓ ସଞ୍ଜୟ ସିଂ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ୨ ହଜାର ସାଇକେଲର ପରିଚାଳନା ଦାୟିତ୍ବ ୩ଟି କମ୍ପାନୀକୁ ଦିଆଯାଇଥିଲା ।

Mo Cycle

ସର୍ବାଧିକ ୧ ହଜାର ମୋ ସାଇକେଲର ଦାୟିତ୍ବ ନେଇଥିବା ହେକ୍ସି କମ୍ପାନୀ ଏଥିରେ ଅବହେଳା ପ୍ରଦର୍ଶନ କରିଥିଲା । ଅବହେଳା ପାଇଁ ହେକ୍ସି କମ୍ପାନି ବିରୋଧରେ ଥାନାରେ ଏତଲା ମଧ୍ୟ ହୋଇଛି । ଏଥିପାଇଁ ଚଳିତଥର ହେକ୍ସି କମ୍ପାନୀକୁ କଳା ତାଲିକାଭୁକ୍ତ କରିଛନ୍ତି ସ୍ମାର୍ଟସିଟି କର୍ତ୍ତୃପକ୍ଷ । ଏବେ ମୋ ସାଇକେଲ ପରିଚାଳନା ଦାୟିତ୍ବ ୟାନା କମ୍ପାନୀକୁ ଦିଆଯାଇଛି । ୟାନା କମ୍ପାନୀ ୧୫୦୦ ମୋ ସାଇକେଲର ପରିଚାଳନା ଦାୟିତ୍ବରେ ଥିବାବେଳେ, ଅବଶିଷ୍ଟ ୫୦୦ ମୋ ସାଇକେଲର ଦାୟିତ୍ବ ୟୁଲୁ କମ୍ପାନି ତୁଲାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+