ଏପ୍ରିଲ ପହିଲାରୁ ପୁରୀକୁ ଗଡିବ ‘ମୋ ବସ୍’
ପୁରୀ ସହର ମଧ୍ୟରେ ଚାଲିବ ‘ମୋ ବସ୍’। ଏପ୍ରିଲ ୧ ତାରିଖରୁ ଶ୍ରୀକ୍ଷେତ୍ର ପୁରୀରେ ଏହି ସେବା ଆରମ୍ଭ ହେବା ନେଇ କ୍ରୁଟ ପକ୍ଷରୁ ସୂଚନା ଜାରି ହୋଇଛି ।
ଭୁବନେଶ୍ୱର: ପୁରୀ ସହର ମଧ୍ୟରେ ଚାଲିବ 'ମୋ ବସ୍'। ଏପ୍ରିଲ ୧ ତାରିଖରୁ ଶ୍ରୀକ୍ଷେତ୍ର ପୁରୀରେ ଏହି ସେବା ଆରମ୍ଭ ହେବା ନେଇ କ୍ରୁଟ ପକ୍ଷରୁ ସୂଚନା ଜାରି ହୋଇଛି । ଭୁବନେଶ୍ୱର ଓ କଟକ ପରେ ପୁରୀରେ ଆରମ୍ଭ ହେବାକୁ ଯାଉଛି ସାଧାରଣ ଯାତ୍ରୀଙ୍କ ନିମନ୍ତେ ଏହି ବସ ସେବା ।

ପ୍ରଥମେ ସହରର ଦୁଇଟି ରୁଟ୍- ୫୨ ଓ ୫୩ ରେ ଗଡ଼ିବ 'ମୋ ବସ୍'। ରୁଟ୍ ନମ୍ବର ୫୨ ଅର୍ଥାତ୍ ପୁରୀ ବସ୍ଷ୍ଟାଣ୍ଡ ଓ ଲାଇଟ୍ ହାଉସ୍ ମଧ୍ୟରେ ମୋ ବସ୍ ଚାଲିବ। ପୁରୀ ବସ୍ଷ୍ଟାଣ୍ଡରୁ ମୋ ବସ୍ ବାହାରି ପୁରୀ ରେଳ ଷ୍ଟେସନ୍, ଜିଲ୍ଲା ସ୍କୁଲ୍, ଟୁରିଷ୍ଟ୍ ଅଫିସ୍ ସି ବିଚ୍ ରୋଡ୍, ଚୈତନ୍ୟ ସ୍କୋୟାର ଓ ସ୍ୱର୍ଗଦ୍ୱାର ଦେଇ ଲାଇଟ୍ ହାଉସ୍ରେ ପହଞ୍ଚିବ। ସେହିଭଳି ଲାଇଟ୍ ହାଉସ୍ର ଯେଉଁ ବସ୍ ବାହାରିବ ତାହା ଏହି ସବୁ ସ୍ଥାନ ଦେଇ ପୁରୀ ବସ୍ଷ୍ଟାଣ୍ଡରେ ପହଞ୍ଚିବ।
କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସିଂ କହିଛନ୍ତି ଯେ, "ପୁରୀ ଭଳି ଏକ ପର୍ଯ୍ୟଟକ ବହୁଳ ସ୍ଥାନରେକ୍ରୁଟ୍ ପକ୍ଷରୁ ମୋ ବସ୍ ସେବା ଆରମ୍ଭ ହେଉଛି ଏହା ନିଶ୍ଚୟ ଖୁସିର ଖବର । ଆଶା କରୁଛୁ ଯେ, ପୁରୀ ଜିଲ୍ଲା ଏବଂ ପୁରୀକୁ ଆସୁଥିବା ଦୈନିକହଜାର ହଜାର ପର୍ଯ୍ୟଟକମାନଙ୍କ ପାଇଁ ମୋ ବସ୍ ସେବା ବେଶ୍ ସହାୟକ ହେବ ।"
ସେହିଭଳି ରୁଟ୍ ନମ୍ବର ୫୩ ମାଳତୀପାଟପୁର ବସ୍ଷ୍ଟାଣ୍ଡ ଓ ପୁରୀ ବସ୍ଷ୍ଟାଣ୍ଡ ମଧ୍ୟରେ ଯୋଗାଯୋଗ କରିବ। ମାଳତୀପାଟପୁର ବସ୍ଷ୍ଟାଣ୍ଡରୁ ମୋ ବସ୍ ବାହାରି ବୀରହରେକୃଷ୍ଣପୁର, ବାଟ ମଙ୍ଗଳା ମନ୍ଦିର, ଅଠରନଳା ଓ ମାଟିଆପଡ଼ା ସ୍କୋୟାର ଦେଇ ପୁରୀ ବସ୍ଷ୍ଟାଣ୍ଡରେ ପହଞ୍ଚିବ। ସେହିପରି ପୁରୀ ବସ୍ଷ୍ଟାଣ୍ଡରୁ ମୋ ବସ୍ ବାହାରି ଏହି ସବୁ ସ୍ଥାନ ଦେଇ ମାଳତୀପାଟପୁର ବସ୍ଷ୍ଟାଣ୍ଡରେ ପହଞ୍ଚିବ।












Click it and Unblock the Notifications