ରାଉରକେଲାରେ ଗଡିବ ‘ମୋ ବସ୍‌’

ରାଉରକେଲାରେ ଗଡିବ ‘ମୋ ବସ୍‌’ । ଭୁବନେଶ୍ୱର, କଟକ ଓ ପୁରୀ ପରେ ଏଣିକି ରାଜ୍ୟର ଅନ୍ୟତମ ପ୍ରମୁଖ ସହର ରାଉରକେଲାରେ ଗଡିବ ‘ମୋ ବସ୍’।

ଭୁବନେଶ୍ବର: ରାଉରକେଲାରେ ଗଡିବ 'ମୋ ବସ୍‌' । ଭୁବନେଶ୍ୱର, କଟକ ଓ ପୁରୀ ପରେ ଏଣିକି ରାଜ୍ୟର ଅନ୍ୟତମ ପ୍ରମୁଖ ସହର ରାଉରକେଲାରେ ଗଡିବ 'ମୋ ବସ୍' । ଟୁର୍‌ ଅପରେଟରଙ୍କ ଜରିଆରେ କ୍ରୁଟ୍‌(କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସ୍‌ପୋର୍ଟ) ଏହି ସେବା ଉପଲବ୍ଧ କରାଇବାକୁ ଯାଉ । ଏହି ଅପରେଟର ବାଛିବା ପାଇଁ କ୍ରୁଟ୍‌ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି । ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ ହେବାକୁ ଯୋଜନା କରାଯାଇଥିବା କ୍ରୁଟ୍‌ ପକ୍ଷରୁ କୁହାଯାଇଛି ।

Mo Bus

ପ୍ରଥମ ପର୍ଯ୍ୟାୟରେ ରାଉରକେଲା ସହରରେ ଶହେଟି ନୂଆ ବସ୍‌ ଚାଲିବ । ସେଥିରେ ୩୦ଟି ସାଧାରଣ ଓ ୭୦ଟି ଏସି ବସ୍‌ ରହିବ। ରାଉରକେଲା ମହାନଗର ନିଗମ ଅଞ୍ଚଳ ସହିତ ଉପକଣ୍ଠରେ ଏହି ସେବା ଉପଲବ୍ଧ ହେବ । ପରେ ଯାତ୍ରୀଙ୍କ ଚାହିଦା ଓ ଆବଶ୍ୟକତାକୁ ଦେଖି ଏହାକୁ ସହରର ପାର୍ଶ୍ବବର୍ତ୍ତୀ ସଦର ମହକୁମା ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯିବ । ଏହି ସେବା ଯୋଗାଇବା ଉଦ୍ଦେଶ୍ୟରେ ବିଭିନ୍ନ ଅପରେଟରମାନଙ୍କ ପାଇଁ ଆବେଦନ କରିବାକୁ ଚଳିତ ମାସ ୨୮କୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ସେହିଦିନ ହିଁ ବୈଷୟିକ ପ୍ରସ୍ତାବ(ଟେକ୍ନିକାଲ୍‌ ପ୍ରପୋଜାଲ୍‌) ‌ଖୋଲାଯିବ। ପରେ ଫାଇନାନ୍‌ସିଆଲ୍‌ ପ୍ରପୋଜାଲ ଖୋଲାଯାଇ ଚଳିତ ମାସରେ ହିଁ ଅପରେଟର ଚିହ୍ନଟ କରାଯବ। ଅପରେଟରଙ୍କ ସହ ୮ ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରାଯିବ । ସେବା ଉତ୍ତମମାନର ହେବା ସହିତ ବସ୍‌ଗୁଡ଼ିକର ଅବସ୍ଥା ଭଲ ରହିଲେ ଚୁକ୍ତି ଅବଧି ଆଉ ଦୁଇବର୍ଷ ପର୍ଯ୍ୟନ୍ତ ନବୀକରଣ କରାଯିବ । ବସ୍‌ଗୁଡ଼ିକ ଅପରେଟରଙ୍କ ନାମରେ ପଞ୍ଜୀକୃତ ହେବ । 'ଗ୍ରସ୍‌ କଷ୍ଟ କଣ୍ଟ୍ରା‌କ୍ଟ' ଆଧାରରେ ଅପରେଟରମାନେ ଏହି ସେବା ପରିଚାଳନା କରିବେ ବୋଲି କ୍ରୁଟ୍‌ ସର୍ତ୍ତ ରଖିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ୧୯୫ ବର୍ଗକିଲୋମିଟର ପରିମିତ ରାଉରକେଲା ସହରରେ ଲୋକସଂଖ୍ୟା ପ୍ରାୟ ୬ ଲକ୍ଷ ୫୦ ହଜାର ରହିଛି । ଷ୍ଟିଲ୍‌ପ୍ଲାଣ୍ଟ ଓ ଅନ୍ୟାନ୍ୟ ନିଯୁକ୍ତି ସୁଯୋଗ ଥିବାରୁ ସହରର କଳେବର ବଢ଼ିବା ସହ ଜନସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏଠାରେ ଏବେ ସୁନ୍ଦରଗଡ଼ ସହରାଞ୍ଚଳ ପରିବହନ ନ୍ୟାସ(ଏସ୍‌ୟୁଟିଟି) ଆଇପିଟି ଓ ସିଟି ବସ୍‌ ଚଳାଉଛି । କିନ୍ତୁ ତାହା ଯଥେଷ୍ଟ ହେଉ ନାହିଁ। ଏଣୁ 'କ୍ରୁଟ୍‌' ଜରିଆରେ ଉଚିତ୍‌ ମୂଲ୍ୟରେ ଗୁଣାତ୍ମକ ପରିବହନ ସେବା(ମୋ ବସ୍‌) ଯୋଗାଇ ଦେବା ପାଇଁ ସରକାର ଯୋଜନା କରିଛନ୍ତି । ୨୦୧୯ ମସିହାରୁ ଏହି ଯୋଜନା ହୋଇଥିଲେ ମଧ୍ୟ ୩ ବର୍ଷ ବିଳମ୍ବିତ ହୋଇଛି । ସରକାର ଏଥିପାଇଁ ୩ଶହ କୋଟି ଟଙ୍କା ଯୋଗାଇ ଦେବେ ବୋଲି ଜଣାପଡ଼ିଛି । ତେବେ ଭୁବନେଶ୍ବରରେ ମୋ ବସ୍‌ କ୍ଷତିରେ ଚାଲୁଥିବା କ୍ରୁଟ୍‌ ଦର୍ଶାଉଛି । ଯେଉଁଥିପାଇଁ ପ୍ରତ୍ୟେକ ବର୍ଷ ସରକାର କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି । ଏବେ ଏଠାରେ ଏହି ସେବା କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+