Mo Bus: ମୋ ବସରେ ନିଆଁ ଲାଗି ଗାଡିରୁ ବାହାରିଲା ଧୂଆଁ

ମୋ ବସରେ ନିଆଁ ଲାଗି ଗାଡିରୁ ବାହାରିଲା ଧୂଆଁ । ଭୟଭୀତ ହୋଇ ଝରକା ପଟେ ବାହାରକୁ ବାହାରିଲେ ଯାତ୍ରୀ । କଟକ ଜିଲ୍ଲା ଚୌଦ୍ୱାର ବ୍ୟାରେଜ ନିକଟରେ ଆଜି ଏକ ମୋ ବସରେ ନିଆଁ ଲାଗିଥିବା ବେଳେ ଧୂଆଁ ବାହାରିଥିଲା । ଗାଡିରେ ଥିବା ୬୦ରୁ ଅଧିକ ଯାତ୍ରୀ ବସ୍ ଡୋର୍ ଖୋଲିବାକୁ ଉଦ୍ୟମ କରିଥିଲେ । ହେଲେ ଡୋର୍ ଖୋଲି ନଥିଲା । ବସ ଭିତରେ ଥିବା ଯାତ୍ରୀ ମାନେ ଚିତ୍କାର କରୁଥିବା ବେଳେ କିଛି ଯାତ୍ରୀ ଝରକା ଦେଇ ବାହାରକୁ ପଲାଇ ଆସିଥିଲେ । କିଛି ବୟସ୍କ ଯାତ୍ରୀ ଅଣନିଶ୍ବାସୀ ହୋଇଯିବାରୁ ଖୋଲୁନଥିବା ଡୋରକୁ ଜୋରେ ଧକ୍କା ଦେଇ ବାହାରକୁ ପଳାଇ ଆସିଥିଲେ ।

Mo Bus

ଅନ୍ୟପକ୍ଷରେ ଗାଡିର କଣ୍ଡକ୍ଟର କହିଛନ୍ତି ଯେ ବସ ଗୁଡିକ ଡିପୋରେ ରହିଲାପରେ ମରାମତି କରାଯାଉନଥିବାରୁ ଏଭଳି ଦୁର୍ଘଟଣା ହୋଇଛି। ସାରା ଓଡ଼ିଶାରେ ବହୁ ସ୍ଥାନରେ ମୋ ବସ ଏହିଭଳି ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଗାଡି କିଣାର ତଦନ୍ତ ହେବା ଦରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+