ମୋ ବସ୍ ଉପରକୁ ପଥର ମାଡ଼, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୋ ବସ୍ ଉପରକୁ ପଥର ମାଡ଼, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କୋଣାର୍କ: କୋଣାର୍କରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମୋ ବସ୍ ଉପରକୁ ପଥର ମାଡ଼ । ଅଳ୍ପକେ ବର୍ତ୍ତିଲେ ବିଦେଶୀ ପର୍ଯ୍ୟଟକ । ପଥର ମାଡ଼ରେ ଭାଙ୍ଗିଲା ମୋ ବସର କାଚ । ଗତକାଲି ୭୦ ରୁଟରେ ଯାତାୟାତ କରୁଥିବା 'ମୋ ବସ୍' କୋଣାର୍କରୁ ସନ୍ଧ୍ୟା ସମୟରେ ପର୍ଯ୍ଯଟକଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା । ବନଖଣ୍ଡି ଛକ ପରେ ପରେ ଏହି ରୁଟରେ ଅପର ପକ୍ଷରୁ ଆସୁଥିବା ସାରଳା ବସର କର୍ମଚାରୀ ମୋ ବସ ସାମ୍ନାକୁ ଲକ୍ଷ୍ୟ କରି ଡ୍ରାଇଭର ଉପରକୁ ପଥର ମାଡ଼ କରିଥିଲେ । ବସରେ ଥିବା ପର୍ଯ୍ୟଟକ ଭୟଭୀତ ହୋଇ ଚିତ୍କାର କରିଥିଲେ । ଚାଳକ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ଗାଡିକୁ ସୁରକ୍ଷିତ ଭାବେ ପାର୍କିଂ କରି କୋଣାର୍କ ପୋଲିସକୁ ସୂଚନା ଦେଇଥିଲା । କୋଣାର୍କ ପୁଲିସ ଭୁବନେଶ୍ଵରରୁ କୋଣାର୍କ ଅଭିମୁଖେ ଆସୁଥିବା ସାରଳା ବସ୍ ଓ ତାର କର୍ମଚାରୀଙ୍କୁ ଅଟକ ଅଟକ ରଖି ପଚରା ଉଚରା କରୁଛି ।

mo bus

ସୂଚନା ଅନୁସାରେ, କୋଣାର୍କ - ଭୁବନେଶ୍ଵର ରୁଟରେ ବାରମ୍ବାର ଘରୋଇ ବସ ଓ ମୋ ବାସ୍ ମଧ୍ୟରେ ବିବାଦ ଦେଖିବା ପାଇଁ ମିଳୁଛି ଫଳରେ ଯାତ୍ରୀମାନେ ଅସୁବିଧାରେ ପଡୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+