ସୋମବାରରୁ ସବୁ ରୁଟରେ ଗଡିବ ‘ମୋ ବସ’
ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ସମସ୍ତ ରୁଟ୍ରେ ଗଡ଼ିବ ‘ମୋ ବସ୍’। ସକାଳ ୭ଟାରୁ ସନ୍ଧା ୭ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ସପ୍ତାହାନ୍ତ ସଟ୍ଡାଉନ୍ରେ କେବଳ ରେଳ ଷ୍ଟେସନ୍ ଓ ବିମାନ ବନ୍ଦରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରୁଟ୍ରେ ମୋ ବସ୍ ସେବା ବନ୍ଦ ରହିବ
ଭୁବନେଶ୍ୱର: ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ସମସ୍ତ ରୁଟ୍ରେ ଗଡ଼ିବ 'ମୋ ବସ୍'। ସକାଳ ୭ଟାରୁ ସନ୍ଧା ୭ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ସପ୍ତାହାନ୍ତ ସଟ୍ଡାଉନ୍ରେ କେବଳ ରେଳ ଷ୍ଟେସନ୍ ଓ ବିମାନ ବନ୍ଦରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରୁଟ୍ରେ ମୋ ବସ୍ ସେବା ବନ୍ଦ ରହିବ । ବସ୍ରେ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି କ୍ରୁଟ୍ର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି ।

କଟକଣା କୋହଳ ହେବାପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ୨୫ଟି ରୁଟ୍ରେ ୧୯୪ଟି ବସ୍ ଚଳାଚଳ କରିବ । ତେବେ ସାପ୍ତାହିକ ସଟଡାଉନ ବେଳେ ବିମାନବନ୍ଦରରୁ ରେଳଷ୍ଟେସନ ପର୍ଯ୍ୟନ୍ତ ବସ୍ ସେବା ଜାରି ରହିବ। ବସରେ କୌଣସି ଯାତ୍ରୀଙ୍କୁ ଠିଆ ହୋଇ ଯିବାକୁ ସୁଯୋଗ ମିଳିବ ନାହିଁ । ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ବିନା ମାସ୍କରେ ବସ ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। 'ମୋ ବସ୍'ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି । ନିୟମିତ ଭାବେ ବସଗୁଡ଼ିକ ସାନିଟାଇଜ୍ କରାଯାଉଛି ଓ ଯାତ୍ରୀଙ୍କ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି କ୍ରୁଟ୍ର ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି ।












Click it and Unblock the Notifications