ହୋଲି ପାଇଁ ବନ୍ଦ ରହିବ ମୋ ବସ୍ ସେବା
ଭୁବନେଶ୍ବରରେ ଚଳାଚଳ କରୁଥିବା ମୋ ଇ-ରାଇଡ ସମ୍ପୂର୍ଣ୍ଣ ବନ୍ଦ ରହିବ । ଯାତ୍ରୀଙ୍କ ଅବଗତି ନିମନ୍ତେ ଏହାର ସବିଶେଷ ସଂଶୋଧିତ ସୂଚନା କ୍ୟାପିଟାଲ ରିଜଅନ ଅର୍ବାନ ଟ୍ରାନ୍ସେପୋର୍ଟ ପକ୍ଷରୁ ଟୁଇଟରରେ ସେୟାର କରାଯାଇଛି ।

ଭୁବନେଶ୍ୱର: ହୋଲି ପାଇଁ ବନ୍ଦ ରହିବ ମୋ ବସ୍ ସେବା । ଆସନ୍ତାକାଲି ସକାଳୁ ଉଭୟ ରାଜଧାନୀ ଭୁବନେଶ୍ୱର ଓ ରାଉକେଲାରେ ମୋ ବସ୍ ଚଳାଚଳ ବନ୍ଦ ରହିବ । ହେଲେ ଅପରାହ୍ନରେ ମୋ ବସ୍ ସେବା କାର୍ଯ୍ୟକ୍ଷମ ହେବ । ଏନେଇ CRUT ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଭୁବନେଶ୍ବରରେ ଚଳାଚଳ କରୁଥିବା ମୋ ଇ-ରାଇଡ ସମ୍ପୂର୍ଣ୍ଣ ବନ୍ଦ ରହିବ । ଯାତ୍ରୀଙ୍କ ଅବଗତି ନିମନ୍ତେ ଏହାର ସବିଶେଷ ସଂଶୋଧିତ ସୂଚନା କ୍ୟାପିଟାଲ ରିଜଅନ ଅର୍ବାନ ଟ୍ରାନ୍ସେପୋର୍ଟ ପକ୍ଷରୁ ଟୁଇଟରରେ ସେୟାର କରାଯାଇଛି ।
ସେପଟେ ହୋଲି ପାଇଁ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ରାଜଧାନୀ ସାରା ପଇଁତରା ମାରିବ ପୋଲିସ । ମଦୁଆଙ୍କ ଉପରେ ରଖିବ କଡା ନଜର । ଆଜି ସାମ୍ବାଦିକ ସମ୍ମିଳନୀରେ ଏମିତି କିଛି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ହୋଲି ଦିନ ଭୁବନେଶ୍ବରକୁ ଜଗିବେ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ୍-୬୦ । ହୋଲି ସମୟରେ ୩୧ ଟି ସ୍ଥାନରେ ପିକେଟିଂ କରିବ ପୋଲିସ । ୧୭ଟି ମୋବାଇଲ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ହୋଲି ପାଇଁ ନଦୀ ପଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଡିସିପି କହିଛନ୍ତି, ଆସନ୍ତାକାଲି ସକାଳ ୭ରୁ ହୋଲି ଖେଳ ଆରମ୍ଭ ହେବ । ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ହୋଲି ପାଇଁ ଲୋକେ ବେଶ ଉତ୍ସାହିତ ଅଛନ୍ତି । ଏହି ସମୟରେ ବେଶି ଅଘଟଣ,ସାମ୍ପ୍ରଦାୟିକ ଉତ୍ତେଜନା, ଅପରାଧମୂଳକ ଘଟଣା ମଧ୍ୟ ଘଟିଥାଏ । ବିଶେଷ କରି ନଦୀରେ ଗାଧୋଇବାବେଳେ ଅଘଟଣ ଘଟିଥାଏ । ଏ ସବୁ ଉପରେ ନଜର ରଖିବ କମିଶନରେଟ ପୋଲିସ । ସବୁ ନଦୀ ପଠାରେ ପୋଲିସ ଫୋର୍ସ, ଓଡ୍ରାଫ ଓ ଅଗ୍ନିଶମ ମୁତୟନ ହେବେ ।












Click it and Unblock the Notifications