ଆଜିଠୁ ରାଜଧାନୀରେ ଗଡ଼ିଲା 'ମୋ ବସ'
ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପିପିଲିର ୮ଟି ରୁଟ୍ରେ ଆଜି (ମଙ୍ଗଳବାର)ଠାରୁ ‘ମୋ ବସ’ ଚଳାଚଳ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୮୭ଟି ବସ ଚାଲିଛି । ସୋମବାରରୁ ଶୁକ୍ରବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ 'ମୋ ବସ' ଚାଲୁ ରହିବ । କୌଣସି ଯାତ୍ରୀଙ୍କୁ ଛିଡ଼ା
ଭୁବନେଶ୍ୱର: ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପିପିଲିର ୮ଟି ରୁଟ୍ରେ ଆଜି (ମଙ୍ଗଳବାର)ଠାରୁ 'ମୋ ବସ' ଚଳାଚଳ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୮୭ଟି ବସ ଚାଲିଛି । ସୋମବାରରୁ ଶୁକ୍ରବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ 'ମୋ ବସ' ଚାଲୁ ରହିବ । କୌଣସି ଯାତ୍ରୀଙ୍କୁ ଛିଡ଼ା ହୋଇ ଯିବାକୁ ଅନୁମତି ଦିଆବ ନାହିଁ ।

ସେହିପରି ବସରେ ଯିବା ପାଇଁ ଯାତ୍ରୀମାନଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମାସ୍କ ନଥିଲେ ମୋ ବସରେ ଚଢିବାକୁ ଦିଆଯିବ ନାହିଁ । ତେବେ ସପ୍ତାହାନ୍ତରେ ମୋ ବସ ସେବା ବନ୍ଦ ରହିବ । ଅନ୍ୟପକ୍ଷରେ ଏହି ସମୟରେ ରେଲୱେ ଷ୍ଟେସନ ଓ ଏୟାରପୋର୍ଟରୁ ମୋ ବସ ସେବା ଜାରି ରହିବ ବୋଲି କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ କୁହାଯାଇଛି ।
ସେପଟେ ଅଢ଼େଇ ମାସର ବିରତି ପରେ ଆଜିଠୁ ରାଜ୍ୟବ୍ୟାପୀ ଗଡ଼ିଲା ବସ । ଦାବି ପୂରଣ ଲାଗି ସରକାରଙ୍କ ପ୍ରତିଶ୍ରୁତି ପରେ ଘରୋଇ ବସ୍ ମାଲିକ ସଂଘ ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ନେଇଥିଲା । ଏଥିପାଇଁ ବସ ମାଲିକଙ୍କଠାରୁ ଆରମ୍ଭ କରି ଡ୍ରାଇଭର, ହେଲପର ସମସ୍ତେ ଉତ୍ସାହିତ ଅଛନ୍ତି ।
ଲକ୍ଡାଉନ୍ରେ ବସ୍ ଚଳାଚଳ ବନ୍ଦ ଯୋଗୁ ରୋଜଗାର ହରାଇଥିଲେ କର୍ମଚାରୀ । ଏବେ କିନ୍ତୁ ବସ୍ ଚାଲିବା ନେଇ ସଂଘର ଘୋଷଣା ପରେ ପରିବାର ପେଟକୁ ଦାନା ଯୋଗାଡ଼ ପାଇଁ ଆଶା ବାନ୍ଧିଛନ୍ତି । ନିର୍ଦ୍ଦେଶ ଅନୁଯାୟୀ କେବଳ ଯେତିକି ସିଟ୍, ସେତିକି ଯାତ୍ରୀ ହିଁ ଯାଇପାରିବେ । ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବସ୍କୁ ସାନିଟାଇଜ୍ କରାଯାଉଛି ।












Click it and Unblock the Notifications