ବଦଳିପାରେ ମୋ ବସର ନାଁ ! ଜାଣନ୍ତୁ କ'ଣ କହିଲେ ନଗର ଉନ୍ନୟନ ମନ୍ତ୍ରୀ
Mo Bus Name Change: ବଦଳିପାରେ ମୋ ବସର ନାଁ ! ଏଥର 'ମୋ ବସ'ର ନାମ ପରିବର୍ତ୍ତନ କରାଯାଇ 'ଆମ ବସ୍' ହୋଇପାରେ ଏଥି ସହ ଲୋକଙ୍କୁ ସୁବିଧା ପାଇଁ ଏହି ସେବା ଜାରି ରହିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ସେହିପରି ଆଗକୁ ଆବଶ୍ୟକ ପଡିଲେ ବସ୍ ସଂଖ୍ୟା ବୃଦ୍ଧି କରାଯାଇ ପାରେ ।

ମନ୍ତ୍ରୀ ଆହୁରି କହିଛନ୍ତି, ଆଗକୁ ପ୍ରଧାନମନ୍ତ୍ରୀ ଇ-ବସ୍ ଯୋଜନାରେ ଓଡ଼ିଶାକୁ ୪୦୦ ବସ୍ ଆସିବାର ଯୋଜନା ରହିଛି । ଏହି ବସ୍ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏହି ବସ୍ ଚଳାଚଳ କରିବ । ସେ ଆହୁରି କହିଛନ୍ତି, 'ମୋ ବସ'ର ନାମ ହୋଇ 'ଆମ ବସ୍' କରାଯିବ କାରଣ ମୋ'ର ଅର୍ଥ ହେଉଛି ଅହଂ ତେଣୁ ଆମେ ଏକ ଉଚିତ୍ ହେବ ।












Click it and Unblock the Notifications