ମାଷ୍ଟର କ୍ୟାଣ୍ଟିନ ଛକରେ ଧକ୍କା ଦେଲା ମୋ ବସ୍, ଦୁଇ ଯୁବକ ଗୁରୁତର
ପୁଣି ମୋ ବସ୍ ଧକ୍କାରେ ୨ଜଣ ଯୁବକ ଗୁରୁତର ଅଛନ୍ତି। ମାଷ୍ଟର କ୍ୟାଣ୍ଟିନ ଛକରେ ଧକ୍କା ଦେଇଛି ମୋ ବସ୍। ଏହି ଧକ୍କାରେ ୨ଜଣ ଯୁବକ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନାନୁଯାୟୀ, ଏହି ଦୁଇଜଣ ଯୁବକ ଅଟେଚୁ ଅପେକ୍ଷା କରିଥିଲେ। ଏହି ସମୟରେ ମୋ ବସ୍ ଅମାନିଆ ହୋଇ ଏହି ଦୁଇ ଯୁବକଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମୋ ବସ ଡ୍ରାଇଭରଙ୍କ ଉତ୍ପାତ ଅଭିଯୋଗ ରହିଛି। ଏହି ଆହତ ଯୁବକ ହେଉଛନ୍ତି ରଞ୍ଜିତ ବେହେରା ଏବଂ ହୃଦାନନ୍ଦ ମହାନ୍ତି।












Click it and Unblock the Notifications