ମୋ ବସ୍ ଧକ୍କାରେ ୧୨ ବର୍ଷୀୟ ଝିଅର ମୃତ୍ୟୁ ଘଟଣା: ଗିରଫ ହେଲେ ଡ୍ରାଇଭର
Mo Bus Accident Case: ଭୁବନେଶ୍ୱରରେ ଆଜି ମୋ ବସ ଧକ୍କାରେ ଜଣେ ୧୨ ବର୍ଷୀୟ ଝିଅର ମୃତ୍ୟୁ ମାମଲାରେ ବସ୍ ଡ୍ରାଇଭର ଗିରଫ । ଡ୍ରାଇଭର ନୃସିଂହ ସେଠୀଙ୍କୁ ନନ୍ଦନକାନନ ଥାନା ପୋଲିସ ଗିରଫ କରିବା ସହ ଭକ୍ତ ମୋ ବସକୁ ସିଜ୍ କରିଛି ପୋଲିସ । ଆଜି ସକାଳେ ରଘୁନାଥପୁରରେ ମୋ ବସ୍ ଧକ୍କାରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିଲା ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ସୂଚନାଥାଉ ଯେ, ମଙ୍ଗଳବାର ସକାଳୁ ମୃତ ନାବାଳିକା ଜଣକ ସାଇକେଲରେ ନନ୍ଦନକାନନ ଛକକୁ ଯାଉଥିବା ସମୟରେ ପଛରୁ ଧକ୍କା ଦେଇ ଥିଲା ମୋ ବସ୍ ଏବଂ ଘୋଷାରି ନେଇଥିଲା। ଦୁର୍ଘଟଣା ପରେ ମୋ ବସ ନନ୍ଦନକାନନ ଥାନାରେ ଆତ୍ମସମର୍ପଣ କରିଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା ।












Click it and Unblock the Notifications