ଭୁବନେଶ୍ୱରରୁ କଟକ ଫେରୁଥିବା ବେଳେ ଜଳିଗଲା 'ମୋ ବସ୍'
କଟକ : କଟକ ମଧୁପାଟଣା ଛକ ନିକଟରେ ଶନିବାର ରାତିରେ ଏକ ଅଘଟଣ ଘଟିଛି। ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ ଏକ ମୋ ବସରେ ନିଆଁ ଲାଗି ଯାଇଛି। ଏହି ବସ୍ଟି ଡିଜେଲ୍ ଚାଳିତ ବସ୍ ବୋଲି ଜଣାପଡ଼ିଛି।

ବସ୍ରେ ନିଆଁ ଲାଗୁଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ଆଉ କାଳବିଳମ୍ୱ ନକରି ତରବରିଆ ଭାବେ ଜୀବନକୁ ବାଜି ଲଗାଇ ବସ୍ରୁ ବାହାରି ଆସିଥିଲେ। ତେବେ ନିଆଁ ଲାଗିବାର କାରଣ ଜଣାପଡି ନ ଥିବା ବେଳେ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି।












Click it and Unblock the Notifications