For Quick Alerts
Turn On Notification  
For Daily Alerts
Oneindia App Download

ଶୁଭାରମ୍ଭ ହେଲା 'ମୋ ବାଡି-ମୋ ବଗିଚା': ଏଣିକି ସରକାରୀ ବାସଭବନର ଖାଲି ଜାଗାରେ ଲଗାଯିବ ଫଳ ଗଛ, ଚାଷ ହେବ ପନିପରିବା

ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ‘ମୋ ବାଡ଼ି-ମୋ ବଗିଚା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଏହାର ଶୁଭାରମ୍ଭ କରିଛନ୍ତି

|

ଭୁବନେଶ୍ୱର: ସ୍ମାର୍ଟସିଟିକୁ ସବୁଜସୁନ୍ଦର କରିବା ସହ ତଟକା ଫଳ, ପନିପରିବା ଇତ୍ୟାଦି ନିଜ ବାଡିରୁ ପାଇବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ 'ମୋ ବାଡ଼ି-ମୋ ବଗିଚା' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଏହାର ଶୁଭାରମ୍ଭ କରିଛନ୍ତି ।

 Arun Sahoo

ମନ୍ତ୍ରୀ ଡ. ସାହୁ ଗଙ୍ଗନଗରସ୍ଥିତ କ୍ୱାଟର ନଂ ୨ଆର୍‌-୩୨ ପରିସରରେ ଫଳଗଛ ଚାରା ରୋପଣ କରି ଏହି କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି । ଚଳିତ ବର୍ଷ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱର ସହରର ଏକ ହଜାର ସରକାରୀ ବାସଭବନରେ
୨ଟି ଆମ୍ବ, ୨ଟି ପଣସ ଓ ୨ଟି ବେଲ ଚାରା ସହ ପନିପରିବା ପୁଡ଼ିଆ ଓ ଖତସାର ଇତ୍ୟାଦି ବଣ୍ଟନ କରିବା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଭୁବନେଶ୍ୱରର ସରକାରୀ କ୍ୱାଟରଗୁଡ଼ିକରେ ଥିବା ଖାଲି ଜାଗାରେ ଫଳଗଛ ଲଗାଇବା ଦ୍ୱାରା ପରିବେଶ ସନ୍ତୁଳନ ସହିତ ଗଛର ଛାଇ ଓ ସୁସ୍ୱାଦୁ ଫଳ ପାଇହେବ । ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଫଳଗଛ ଚାରା ଯଥା ଆମ୍ବ, ପଣସ ଓ ବେଲ ଚାରା ସହ ପନିପରିବା ମଂଜି କିଟ୍‌ ଏବଂ ଜୈବିକ ସାର ଓ ଔଷଧ ତଥା ରୋପଣ ବିଧିର ପୁସ୍ତିକା ବିନାମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା ରହିଛି ।

ତେଣୁ ସରକାରଙ୍କ ଏହି ପ୍ରୟାସରେ ସମସ୍ତଙ୍କୁ ଭାଗୀଦାର ହେବା ପାଇଁ ମନ୍ତ୍ରୀ ଡ. ସାହୁ ଆହ୍ୱାନ ଦେବା ସହିତ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରକୁ ସବୁଜସୁନ୍ଦର କରି ଗଢ଼ିତୋଳିବାରେ ସହାୟକ ହେବ ବୋଲି କହିଛନ୍ତି । ଏହି ଅବସରରେ ଜନସାଧାରଣଙ୍କ ମଧ୍ୟରେ ବୃକ୍ଷରୋପଣ ତଥା
ଫଳଗଛ ଲଗାଇବା ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ପ୍ରଚାରଗାଡ଼ିକୁ ମନ୍ତ୍ରୀ ଡ. ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
'Mo Badi-Mo Bagicha' Launched by Directorate of Horticulture
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X