ବିଧାୟକ ବିଜୟ ଶଙ୍କର ବିବାହ ମାମଲା: ଆବେଦନକୁ ରୋକିବାକୁ ପହଞ୍ଚିଲେ ସୋମାଲିକା

ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ମାମଲା । କଟକ ସବ ରେଜିଷ୍ଟ୍ରାର ଅଫିସରେ ହାଜର ହେଲେ ସୋମାଲିକା । ବିଜୟଙ୍କ ବିବାହ ଆବେଦନର ପ୍ରତିବାଦ ପାଇଁ ହେଲେ ହାଜର । ହାଇକୋର୍ଟରେ ମାମଲା ବିଚରାଧୀନ ଥିବା ନେଇ କଟକ ସବ ରେଜିଷ୍ଟ୍ରାର ଅଫିସକୁ କଲେ ଅବଗତ ।

ଗତକାଲି ସୋମାଲିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କୁ ପ୍ରତାରଣା ଦେଇ ବିଧାୟକ ବିଜୟ ଶଙ୍କର ଅନ୍ୟ ଜଣେ ମହିଳାଙ୍କୁ ବିବାହ ପାଇଁ କରିଥିବା ଆବେଦନ ଉପରେ ରୋକ୍ ଲଗାଇବାକୁ ସେ ଗୁହାରି କରିଥିଲେ ।

ଆଜି ସେହି ପିଟିସନ କପି ସହିତ ସୋମାଲିକା କଟକ ସବ ରେଜିଷ୍ଟର ଅଫିସରେ ପହଞ୍ଚିଛନ୍ତି । ବିଜୟ ଶଙ୍କର ନିଜ ବୟସ ବାବଦୀୟ ଭୁଲ ତଥ୍ୟ ଦେଇଥିବା ସେ ସାନି ଅଭିଯୋଗ କରିଛନ୍ତି ।

VIJAY_SHANKAR

ବିଜୟଙ୍କ ବିବାହ ଆବେଦନକୁ ରୋକିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଗତ ମାସ 21 ତାରିଖରେ ଜଣେ ମହିଳାଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି ବିଜୟ । କଟକ ସବ ରେଜିଷ୍ଟ୍ରାର ଅଫିସରେ କରିଛନ୍ତି ଆବେଦନ । ଏନେଇ କଟକ ସବ ରେଜିଷ୍ଟ୍ରାର ଅଫିସରେ ଅବଜେକସନ ପିଟିସନ ଦାଖଲ କରିଥିଲେ ସୋମାଳିକା ।

ସୂଚନା ଯୋଗ୍ୟ, ଆଜି କଟକ ସବ୍ ରେଜିଷ୍ଟ୍ରାର ଅଫିସରେ ବିଜୟଶଙ୍କରଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ପହଞ୍ଚିଥିଲେ ।ବିଜୟଙ୍କ ବୟସ ସଂପର୍କିତ ତଥ୍ୟକୁ ନେଇ ସୋମାଲିକା ଅଭିଯୋଗ କରିଛନ୍ତି ।

ସୋମାଲିକା ଅଭିଯୋଗ କରିଛନ୍ତି କି, ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ବିଧାୟକ କିପରି ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ ପାଇଁ ଆବେଦନ କରିଛନ୍ତି । ବିବାହ ମାମଲାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ସୋମଲିକା । ଏ ସଂପର୍କିତ କପି ସବ୍‌ ରେଜିଷ୍ଟ୍ରାରଙ୍କ ଠାରେ ଦାଖଲ କରିଛି । ମୋତେ ନ୍ୟାୟ ନମିଳିବା ଯାଏ ବିଜୟଙ୍କ ବାହାଘର ବନ୍ଦ ରହୁ ବୋଲି ସୋମଲିକା କହିଛନ୍ତି । ହାଇକୋର୍ଟରୁ ମୋତେ ନ୍ୟାୟ ମିଳିବ ବୋଲି ଆଶା କରୁଛି ।

ବିଜୟ ଶଙ୍କର ଦେଢ଼ ବର୍ଷ ପୂର୍ବରୁ ସୋମାଲିକାଙ୍କୁ ବିବାହ କରିବା ଲାଗି ପୂର୍ବରୁ ଜଗତସିଂହପୁର ସବ ରେଜିଷ୍ଟର ଅଫିସରେ ଆବେଦନ କରିଥିଲେ । ଗତ ମାସ ୨୧ ତାରିଖରେ ଆଉଜଣେ ଯୁବତୀଙ୍କୁ ବିବାହ କରିବାଲାଗି ବିଜୟ ଶଙ୍କର କଟକ ସବ ରେଜିଷ୍ଟର ଅଫିସରେ ଆବେଦନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+